ଫେୟାର୍ କ୍ୟାପ୍ ହଟିବା ପରେ ଫ୍ଲାଇଟ୍ ଟିକେଟ୍ ୫୦% ଶସ୍ତା

ନୂଆଦିଲ୍ଲୀ, ୬ା୯: ବିମାନ ଯାତ୍ରୀଙ୍କ ପାଇଁ ସୁସମ୍ବାଦ । କରୋନା କାଳରେ ଫ୍ଲାଇଟ୍ ଟିକେଟ୍ ଉପରେ ଲଗାଯାଇଥିବା ‘ଫେୟାର କ୍ୟାପ୍’ (ସର୍ବନିମ୍ନ ବିମାନ ଭଡା ସୀମା)କୁ କେନ୍ଦ୍ର ସରକାର ସେପ୍ଟମ୍ବର ୧ରୁ ହଟାଇଦେବା ପରେ ବିଭିନ୍ନ ଏୟାରଲାଇନ୍ସ ଏବେ ନିଜ ହିସାବରେ ଟିକେଟ୍ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସକ୍ଷମ ହୋଇଛନ୍ତି । ଗତ ମାସରେ ଆକାଶଛୁଆଁ ହୋଇଥିବା ଫ୍ଲାଇଟ୍ ଟିକେଟ୍ ଏବେ ଶସ୍ତା ହେବାରେ ଲାଗିଛି । ବିଭିନ୍ନ ଏୟାରଲାଇନ୍ସ କମ୍ପାନୀ ଯଥା- ଅକାଶା ଏୟାର, ଇଣ୍ଡିଗୋ, ଏୟାର ଏସିଆ, ଗୋ ଫାଷ୍ଟ୍ ଓ ବିସ୍ତାରା ମଧ୍ୟରେ ଟିକେଟ୍ ମୂଲ୍ୟ ନେଇ ପ୍ରତିଦ୍ୱନ୍ଦ୍ୱିତା ବଢିଛି । ଦିଲ୍ଲୀ-ଲକ୍ଷ୍ନୌ ରୁଟ୍ରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବିମାନ ଟିକେଟ୍ ମୂଲ୍ୟ ଥିଲା ୩୫୦୦ରୁ ୪୦୦୦ଟଙ୍କା । ତାହା ଏବେ ୧୯୦୦ ଟଙ୍କାକୁ ଅର୍ଥାତ୍ ପ୍ରାୟ ୫୦ ପ୍ରତିଶତ କମିଯାଇଛି । ଏହି ରୁଟ୍ରେ ସବୁଠୁ କମ୍ ଭଡା ନେଉଛନ୍ତି ଏୟାର ଏସିଆ ଓ ଇଣ୍ଡିଗୋ । ସେହିପରି କୋଚ୍ଚୀ-ବେଙ୍ଗେଲୁର ରୁଟ୍ରେ ଏବେ ୧୧୦୦ ରୁ ୧୩୦୦ ଟଙ୍କାରେ ଗୋ-ଫାଷ୍ଟ, ଇଣ୍ଡିଗୋ ଓ ଏୟାର ଏସିଆ ବିମାନରେ ଯାତ୍ରା କରିହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *