ତୃଣମୂଳରୁ ସଙ୍ଗଠନ ସୁଦୃଢ଼ କର
ଭୁବନେଶ୍ୱର (ବୁ୍ୟରୋ): ସରିଲା ବିଜେପି କୋର କମିଟି ବୈଠକ । ରାଜ୍ୟର ସମସ୍ତ ୩୭ ହଜାର ବୁଥରେ ଲୋକଙ୍କ ପାଖରେ ପହଞ୍ଚିବା ସହ ସରକାରଙ୍କ ବିଫଳତାକୁ ଲୋକଙ୍କ ଆଗକୁ ଆଣିବାକୁ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ । ଏଥିନିମିତ୍ତ ସେପ୍ଟେମ୍ବର ୧୩ରୁ ୧୫ ଯାଏ ପୁରୀରେ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର ହେବ । ଆସନ୍ତା ୨୯ ଏବଂ ୩୦ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନ‡ା । ବିଜେପିର କୋର କମିଟି ଏବଂ ରାଜ୍ୟ ବୈଠକରେ ତିନି ମାସିଆ ଖସଡ଼ା ପ୍ରସ୍ତୁତ ହୋଇଛି । ଓଡ଼ିଶାରେ ମିଶନ ୨୦୨୪ ସଫଳ ହେବା ନେଇ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଓଡ଼ିଶାରେ ସରକାର ଗଠନ କରିବା ମିଶନ କିଭଳି ସଫଳ ହେବ, ସେନେଇ ଅଙ୍କ କସିବା ସହ ଦ୍ୱିତୀୟ ଦିନରେ ମାରଥନ ବୈଠକ କରି ପଦାଧିକାରୀ ଓ କୋର କମିଟିଙ୍କ ସହ ଶ୍ରୀ ବଂଶଲ ଆଲୋଚନା କରିଛନ୍ତି ।
ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ କୋର କମିଟି ବୈଠକ ବସିଥିଲା । ସେଥିରେ ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଜୁଏଲ ଓରାମ, ସାଂସଦ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ । ପରେ ରାଜ୍ୟ ପଦାଧିକରୀ ବୈଠକରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ଦଳର ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଉପସ୍ଥିତ ରହିଥଲେ । ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦି ସରକାରଙ୍କ ସଫଳତା ଲୋକଙ୍କ ପାଖରେ କିଭଳି ପହଞ୍ଚôବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।
ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, ଭାରତୀୟ ଜନତା ପାର୍ଟିର ବୁଥ ସ୍ତରରୁ ନେଇ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥା ରହିଛି । ସେଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ତରର ବୈଠକ ବସିଥାଏ । ବୈଠକରେ ବିଭିନ୍ନ ସ୍ତରର ସମନ୍ୱୟ ରକ୍ଷା କରି ସମସ୍ତଙ୍କର ମତ ଅନୁସାରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀ ବଂଶଲ ରାଜ୍ୟରେ ଦଳର ସଫଳତା ପାଇଁ ଯେଉଁ ଉପଦେଶ ଦେଇଛନ୍ତି ତାହାକୁ କିଭଳି ସଠିକ ଭାବରେ ପାଳନ କରାଯିବ, ସେନେଇ ଆଲୋଚନା ହୋଇଛି । ଶ୍ରୀ ବଂଶଲ ମଙ୍ଗଳବାର ହିଁ ଦିଲ୍ଲୀ ଫେରିିଯିବେ ବୋଲି ସୂଚନା ରହିଛି ।