ମିଳିଲାନି ଶଯ୍ୟା, ମେଡିକାଲ ବାରଣ୍ଡାରେ ରହିଲେ

ମୋହନା (ଆପ୍ର): ଗଜପତି ଜିଲ୍ଲା ମୋହନା ବ୍ଲକ୍ର ୩୯ ପଞ୍ଚାୟତର ଶତାଧିକ ଲୋକ ମୋହନା ମେଡିକାଲ୍ ଉପରେ ନିର୍ଭର କରନ୍ତି । ହେଲେ ଏହି ମେଡିକାଲ୍ରେ ଲାଗି ରହିଥିବା ଅନେକ ସମସ୍ୟା ପ୍ରତି କାହାର ଦୃଷ୍ଟି ପଡୁନି । କିଛିଦିନ ତଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତିରୁପତି ରାଓ, ବ୍ଲକ୍ ଅଧ୍ୟକ୍ଷ ରଞ୍ଜୀବ ଶବର ସମେତ ବହୁ ନେତା ଦୁଇ ଥର ଉକ୍ତ ମେଡିକାଲ ପରିଦର୍ଶନ କରିଗଲେ । ମେଡିକାଲ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିବା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ କଥା ପାଣିରେ ଗାର ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ମେଡିକାଲଟି ୩୦ ଶଯ୍ୟା ବିଶିଷ୍ଟ କୁହାଯାଉଥିବା ବେଳେ ମାତ୍ର ୧୦ଟି ଶଯ୍ୟା ପଡ଼ିଛି । ମୋହନାରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଶଯ୍ୟା ନ ଥିବାରୁ ରୋଗୀ ଅନେକ ସମୟରେ ବାରଣ୍ଡାରେ କଡ଼ିରହୁଛନ୍ତି । ସେହିପରି ଭଲ ଶୌଚାଳୟ ଖଣ୍ଡେ ନାହିଁ । ମଙ୍ଗଳବାର ମେଡିକାଲରେ ବେଡ୍ ନ ମିଳିବାରୁ ମୋହନା ଗ୍ରାମର ଜଣେ ମ୍ୟାଲେରିଆରେ ରୋଗୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ୨ଘଣ୍ଟା ବାରଣ୍ଡାରେ ଶୁଆଇ ରଖିଥିଲେ । ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ନଜରକୁ ଆସିବା ପରେ ଶଯ୍ୟା ଦିଆଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *