କ୍ୟାପିଟାଲ ହସ୍ପିଟାଲରେ ପିଜି ନାମଲେଖା
ଭୁବନେଶ୍ୱର, ୬ା୯(ତଥ୍ୟ): କ୍ୟାପିଟାଲ ହସ୍ପିଟାଲରେ ଖୋଲିଥିବା ପିଜି ଇନଷ୍ଟିଟୁ୍ୟଟରେ ଚଳିତ ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ ହେବ । ଜାତୀୟ ମେଡିକାଲ କମିଶନ (ଏନ୍ଏମ୍ସି) ର ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (ଏମ୍ଏଆର୍ବି) ପକ୍ଷରୁ ଇତିମଧ୍ୟରେ ଅର୍ଥପେଡିକ୍, ଜେନେରାଲ ସର୍ଜରୀ ଓ ଜେନେରାଲ ମେଡିସିନ ବିଭାଗରେ ନାମ ଲେଖାପାଇଁ ଅନୁମତି ପ୍ରଦାନ କରାଯାଇଛି ।
ଅର୍ଥୋପେଡିକ୍ସ ପାଠ୍ୟକ୍ରମରେ ଦୁଇ ଜଣ ଏବଂ ଅନ୍ୟ ଦୁଇ ପାଠ୍ୟକ୍ରମରେ ୫ଜଣ ଲେଖାଏ ଡାକ୍ତରୀ ଛାତ୍ରଛାତ୍ରୀ ନାମ ଲେଖାଇବେ । ଚଳିତ ଶିକ୍ଷାବର୍ଷ ପୂର୍ବରୁ ନାମଲେଖା ଅନୁମତି ନିମନ୍ତେ ଲିଖିତ ପ୍ରତିଶ୍ରୁତି ଦେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପିଜି ଇନ୍ଷ୍ଟିଟୁ୍ୟଟ୍ ନିଦେ୍ର୍ଦଶକଙ୍କୁ କହିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଖୋଲିଥିବା ଏହି ପିଜି ଇନଷ୍ଟିଟୁ୍ୟଟ ଓ ଡାକ୍ତରୀ ଶିକ୍ଷା ଗବେଷଣା ଅନୁଷ୍ଠାନ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ କାଉନ୍ସେଲିଂ ପରିଚାଳନା ପାଇଁ ଏମ୍ସିସି ଓ ଡିଜିଏଚ୍ଏସ୍କୁ ଯଥାକ୍ରମେ ସର୍ବଭାରତୀୟ କୋଟା ଲାଗି ଏମ୍ଡି ଏବଂ ଏମ୍ଏସ୍ରେ ୫୦ ପ୍ରତିଶତ ସ୍ନାକକୋତ୍ତର ବୋର୍ଡ ବିଶେଷଜ୍ଞ ଯୋଗଦାନ କରିବେ । ପିଜି ଅନୁଷ୍ଠାନ ଓ କ୍ୟାପିଟାଲ ହସ୍ପିଟାଲ ୱେବ୍ସାଇଟ୍ରେ ଶିକ୍ଷାନୁଷ୍ଠାନ, ପାଠ୍ୟକ୍ରମ, ଉପଲବ୍ଧ ଶିକ୍ଷକ, ଓପି ଓ ଆଇପି ଗଣନା ସହିତ ସରକାରୀ ରେକର୍ଡରେ ଥିବା ଜନ୍ମମୃତୁ୍ୟର ହିସାବ ମଧ୍ୟ ପ୍ରଦର୍ଶିତ ହେବ ।
ରାଜ୍ୟ ସରକାର ଶିକ୍ଷକ ଏବଂ ଅଣଶିକ୍ଷକମାନଙ୍କ ନିମିତ୍ତ ଭିତ୍ତିଭୂମି ଯୋଗାଇବେ । ଏନ୍ଏମ୍ସି ନିୟମ ମୁତାବକ ଆବଶ୍ୟକ କୋଠା, ସାଜ ସରଞ୍ଜାମ ଏବଂ ଡାକ୍ତରୀ ସୁବିଧା ଆଦି ଉପଲବ୍ଧ କରିବେ । ଏଥିପାଇଁ ରାଜ୍ୟ ବଜେଟ୍ରେ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରାଯିବ । ତେବେ କୌଣସି ପ୍ରକାର ତଥ୍ୟ ଗୋପନ ଅଥବା ଠକେଇ ନଜରକୁ ଆସିଲେ ଏମ୍ଏଆର୍ବି ଦେଇଥିବା ଅନୁମତିପତ୍ର ପ୍ରତ୍ୟାହାର କିମ୍ବା ବାତିଲ କରିବାର କ୍ଷମତା ସମ୍ପୃକ୍ତ ସଂସ୍ଥା ନିଜ ନିକଟରେ ରଖିଛନ୍ତି ।
