ହାଇକୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ଇନଫୋସିଟି ନାବାଳିକା ଦୁଷ୍କର୍ମ ମାମଲା
କଟକ (ବୁ୍ୟରୋ): ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚ ଚୂଡ଼ାନ୍ତ ଚାର୍ଜସିଟ ଦାଖଲ କରି ସାରିଥିବାରୁ ଦାୟର ଜନସ୍ୱାର୍ଥ ମାମଲାରେ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ସାରି ୪ ଅଭିଯୁୁକ୍ତଙ୍କ ବିରୋଧରେ ସେପ୍ଟେମ୍ବର ୫ ତାରିଖରେ ପୋକ୍ସ କୋର୍ଟରେ ଚୂଡାନ୍ତ ଚାର୍ଜସିଟ ଦାଖଲ କରିଛି । କ୍ରାଇମବ୍ରାଞ୍ଚ ତଦନ୍ତ ଅନୁଯାୟୀ ଏହି ଗଣଦୁଷ୍ମର୍ମ ଘଟଣାରେ ଅନ୍ୟ କେହି ଅଭିଯୁକ୍ତ ନାହାନ୍ତି । ତେଣୁ ହାଇକୋର୍ଟ ଜନସ୍ୱାର୍ଥ ମାମଲା ଶୁଣାଣିରେ ଅନ୍ତ ଘଟାଇଛନ୍ତି । ପୀଡିତା କିମ୍ବା ତାର ପରିବାର ଚାହିଁଲେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି ହାଇକୋର୍ଟ ନିଦେ୍ର୍ଦଶନାମାରେ ସ୍ପଷ୍ଟ କରିଛନ୍ତି । ଏହା ସହିତ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ସମସ୍ତ ଷ୍ଟାଟସ ରିପାର୍ଟ ହାଇକୋର୍ଟ ରେଜିଷ୍ଟ୍ରିରେ ରଖିବାକୁ ନିଦେ୍ର୍ଦଶ ଦେବା ସହ ହାଇକୋର୍ଟଙ୍କ ବିନା ଅନୁମତିରେ ସେ ରିପୋର୍ଟ କାହାରିକୁ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ଅଦାଲତ କହିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନିଦେ୍ର୍ଦଶ ଦେଇଛନ୍ତି । ଏହି ଘଟଣାରେ ୪ ଜଣ ଅଭିଯୁକ୍ତ ୨୦୨୦ ମସିହା ଡିସେମ୍ବର ମାସରେ ଗିରଫ ହୋଇଥିବା ବେଳେ ସେମାନେ ଏବେ ବି ଜେଲରେ ଅଛନ୍ତି । ଆଇନଜୀବୀ ଗୌତମ ସିଦ୍ଦିକି ଓ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଥିଲା ଯେ, ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଉ । ଏହି ଘଟଣାରେ ପୁଲିସ ବିଭାଗ କର୍ମଚାରୀଙ୍କ ସହିତ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ସଂପୃକ୍ତ ବୋଲି ଅଭିଯୋଗ ହୋଇଛି । ତଦନ୍ତକୁ ପ୍ରଭାବିତ କରିବାକୁ ଓ ବାଟବଣା କରିବାକୁ ଉଦ୍ୟମ ହେଉଛି । ଏଭଳି ସ୍ଥିତିରେ ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳକୁ ପ୍ରଦାନ କରାଯାଉ । ନଚେତ ସବିଆଇ ଭଳି ସ୍ୱାଧୀନ ସଂସ୍ଥାକୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ । ପୂର୍ବରୁ ହାଇକୋର୍ଟ ମାମଲାର ଶୁଣାଣି କରି ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷବ୍ୟକ୍ତ କରିବା ସହିତ ପୀଡିତା ଓ ତାଙ୍କ ମା ଙ୍କୁ ସୁରକ୍ଷା ପ୍ରଦାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ଘଟଣା ୨୦୨୦ ଏପ୍ରିଲ ମେ ମାସରେ ଲକ୍ଡାଉନ ସମୟରେ ହୋଇଥିବା ବେଳେ ଚାରି ମାସର ବ୍ୟବଧାନରେ ଅଗଷ୍ଟ ୩୦ରେ ଏ ନେଇ ଏତଲା ରୁଜୁ ହୋଇଥିଲା । ଏହି ମାମଲାରେ ପାଲିସ ଡିଜି ଭିଡିଓ କନଫରେନି୍ସଂ ବ୍ୟବସ୍ଥାରେ ହାଇକୋର୍ଟରେ ହାଜର ହୋଇ ତଦନ୍ତର ଅଗ୍ରଗତି ନେଇ ମଧ୍ୟ ଅବଗତ କରିଥିଲେ । ସେହିପରି କ୍ରାଇମବ୍ରାଞ୍ଚ ଏଡିଜି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଏକାଧିକ ଷ୍ଟାଟସ ରିପୋର୍ଟ ପ୍ରଦାନ କରାଯିବା ସହ ଆଜି ମଧ୍ୟ ଏକ ଷ୍ଟାଟସ ରିପୋର୍ଟ ହାଇକାର୍ଟରେ ପ୍ରଦାନ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *