ଜଳବନ୍ଦୀରେ ଡାଳିଜୀ ବାରିକ ସାହି

ରାସ୍ତା ଦେଉଛି ଦୁଃଖ
ଡେରାବିଶ (ଆପ୍ର): ଏହା କୌଣସି ଦୁର୍ଗମ ଅଞ୍ଚଳର ଚିତ୍ର ନୁହଁ । ଖୋଦ ଉପକୂଳ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ଖମୋଳ ପଞ୍ଚାୟତର ଡାଳିଜୀ ଗାଁ । ଗାଁର ବାରିକ ସାହିର ଅବସ୍ଥା ଏପରି ହୋଇଛି ଯେ, ଏଠାରେ ବାସ କରୁଥିବା ୧୪ ପରିବାର ଏବେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରୁଥିବା ବାରିକ ସାହି ରାସ୍ତାଟି ୧୪ ପରିବାର ପାଇଁ ଏବେ ଦୁଃଖ ପାଲଟିଛି । ରାସ୍ତା କଡ଼ରେ ଥିବା ପୋଖରୀରେ କେନାଲ ପାଣି ପଶିବା ଯୋଗୁ ରାସ୍ତା ଉପରେ ୨ ଫୁଟ ପାଣି ଜମି ରହିଛି । ଫଳରେ ଏହି ସାହିର ୧୪ ପରିବାର ଜଳବନ୍ଦୀ ହୋଇଛନ୍ତି ।
ଦୀର୍ଘ ୧୦ବର୍ଷ ତଳେ ଏହି ରାସ୍ତାଟି ଢଳେଇ କରାଯାଇଥିବା ବେଳେ ପରବର୍ତ୍ତି ଅବସ୍ଥାରେ ରାସ୍ତାପ୍ରତି କାହାରି ନଜର ନ ରହିବାରୁ ରାସ୍ତାଟି ମରଣଯନ୍ତାରେ ପରିଣତ ହୋଇଛି । ଦୁଇ ଅସରା ବର୍ଷା ହେଲେ ସାହିର ୧୪ ପରିବାରର ଦୁଃଖ ଦ୍ୱିଗୁଣିତ ହୋଇଯାଏ । ରାସ୍ତା ଉପରେ ୪ଫୁଟରୁ ଊଦ୍ଧ୍ୱର୍ ପାଣି ଚାଲିବା ଯୋଗୁ ସାହିର ଜନସାଧାରଣ ଯାତାୟାତ କରିପାରନ୍ତି ନାହିଁ । ଏପରିକି ବୃଦ୍ଧବୃଦ୍ଧା ଓ ଛୋଟପିଲାଙ୍କୁ କାନ୍ଧରେ ବସାଇ ରାସ୍ତା ପାର କରୁଥିବାର ଦୃଶ୍ୟ ଯେ କେହି ଦେଖିଲେ ଏହା କେବିକେ ଅଞ୍ଚଳ ବୋଲି ଭାବିବା ସ୍ୱାଭାବିକ । ରାସ୍ତା ନିର୍ମାଣ ପାଇଁ ସାହିର ଜନସାଧାରଣ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଫଳରେ ଜଳଚର ଜନ୍ତୁମାନେ ଘରେ ପଶିଯାଉଥିବା ପ୍ରକାଶ କରିଛନ୍ତି ଗାଁର କୈଳାଶ ଚନ୍ଦ୍ର ବାରିକ । ଦୁଃଖ ବଢ଼ାଉଥିବା ଏହି ରାସ୍ତାକୁ ଯଦି ଖୁବ୍ଶୀଘ୍ର ସବୁଦିନିଆ ରାସ୍ତାରେ ପରିଣତ କରାନଯାଏ ତେବେ ସାହିର ଜନସାଧାରଣ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *