ଶିକ୍ଷକ ନିଯୁକ୍ତି ଦାବିରେ ଏକଲବ୍ୟ ବିଦ୍ୟାଳୟ ଅଶାନ୍ତ

ବାରିପଦା (ଆପ୍ର): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଶ୍ୟାମସୁନ୍ଦରପୁର ଏକଲବ୍ୟ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି । ଏହି ସ୍କୁଲ ୫ବର୍ଷ ହେଲା ସ୍ଥାପିତ ହୋଇଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଏବଂ ଅନ୍ୟ ମୌଳିକ ସୁବିଧା ସୁଯୋଗ ନ ଥିବାରୁ ଛାତ୍ର ଛାତ୍ରୀ ୭ କିମି ଚାଲିଚାଲି ଜିଳ୍ଲାପାଳଙ୍କ ନିକଟକୁ ଯାଇଥିଲେ । ହେଲେ ବାଟରେ ବ୍ଲକ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସେମାନଙ୍କୁ ଅଟକାଇ ଅନ୍ଲାଇନ୍ରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ପିଲାମାନେ ସିଧାସଳଖ ଜିଲ୍ଲାପାଳଙ୍କ ସହ କଥା ହେବା ପାଇଁ ଜିଦ୍ ଧରି ବାଙ୍ଗିରିପୋଷି- ଝାରପୋଖରୀଆ ଜାତୀୟ ରାଜପଥ-୪୯କୁ ଅବରୋଧ କରିଥିଲେ । ପ୍ରାୟ ଏକ ଘଣ୍ଟା ରାସ୍ତା ଅବରୋଧ କରାଯିବା ପରେ ସନ୍ଧ୍ୟା ୬ଟାରେ ଶିକ୍ଷକ ନିଯୁକ୍ତି ନେଇ ପ୍ରତିଶ୍ରୁତି ମିଳିଥିଲା ।
ଉପସ୍ଥିତ ପିଏ ଆଇଟିଡିଏ ବସନ୍ତ କୁମାର ସେଠୀ ଛାତ୍ର ଛାତ୍ରୀମାନଙ୍କ ନିକଟକୁ ଯାଇ ସମସ୍ତ ଦାବି ପୂରଣ ହେଲା ବୋଲି କହିଥିଲେ । ଶିକ୍ଷକ ନିଯୁକ୍ତି ସହିତ ଖାଦ୍ୟର ମାନ ସପ୍ତାହରେ ·ରି ଦିନ ଯାଞ୍ଚ କରାଯିବ, ସ୍ଥାନୀୟ ଲକ୍ଷ୍ମୀକାନ୍ତ କଲେଜ୍ ଲାବରେଟୋରିରେ ପିଲାମାନେ ଅସ୍ଥାୟୀ ଭାବେ ପ୍ରାକ୍ଟିକାଲ କରିବେ, ଛାତ ମରାମତି ଇତ୍ୟାଦି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ତଥାପି ଛାତ୍ର ଛାତ୍ରୀ ଜିଲ୍ଲାପାଳଙ୍କ ଉପସ୍ଥିତି ଦାବିରେ ରାସ୍ତାରେ ବସିରହିଥିବା ଦେଖିବାକୁ ମିଳିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଥିଲା ଓ ଉଭୟ ପାଶ୍ୱର୍ରେ ଶହଶହ ଯାନବାହନ ଅଯକି ରହିଥିଲା । ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହିତ ପିଏ ଆଇଟିଡିଏ ଶ୍ରୀ ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନାରାମ ସିଂ, ବ୍ଲକ ମଙ୍ଗଳ ଅଧିକାରୀ ପ୍ରିୟବ୍ରତ ନାଏକ, ବିଡ଼ିଓ ସତ୍ୟବାନ ନାୟକ, ତହସିଲଦାର ସାହେବ ରାମ ବାସ୍କେ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ବୁଝାଇବା ଲାଗି ଉଦ୍ୟମ ଚଳାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *