ସମ୍ମାନିତ ହେଲେ ଈଶ୍ୱର ନାୟକ
ଜାତୀୟ ଶିକ୍ଷକ ପୁରସ୍କାର
ନିମାପଡ଼ା, ୫ା୯(ଆପ୍ର): ଗୁରୁଦିବସ ଅବସରରେ ଦେଶର ୪୫ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି । ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଗୁରୁମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୨ ପ୍ରଦାନ କରିଛନ୍ତି । ପୁରୀ ଜିଲ୍ଲା ନିମାପଡ଼ା ଅନ୍ତର୍ଗତ କନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକଙ୍କ ସମେତ ୪୫ ଶିକ୍ଷକଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରସସ୍ତିପତ୍ର, ଉପଢୌକନ ଇତ୍ୟାଦି ପ୍ରଦାନ କରି ସମ୍ମାନିତ କରିଛନ୍ତି ।
ନିଆରା ଶିକ୍ଷାଦାନ ପଦ୍ଧତି ଶ୍ରୀ ନାୟକଙ୍କୁ ଜାତୀୟ ସ୍ତରରେ ପରିଚିତି ଆଣି ଦେଇଛି । ସେ ପୂର୍ବରୁ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ନିକଟରେ ତାଙ୍କ ଲିଖିତ ପୁସ୍ତକକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପ୍ରଶଂସା ମିଳିଛି । ଜନ୍ମସ୍ଥାନ ବାଙ୍ଗୁରୁଷପାଟଣାରେ ସେ ଷ୍ଟୁଣ୍ଡେଣ୍ଟ ନଲେଜ ସେଣ୍ଟର ଓ ଲାଇବ୍ରେରୀ ପ୍ରତିଷ୍ଠା କରିଛନ୍ତି । ଉକ୍ତ ସେଣ୍ଟରରେ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ କମ୍ପୁ୍ୟଟର ଶିକ୍ଷା ପ୍ରଦାନ କରାଯାଉଛି । ଶ୍ରୀ ନାୟକ ନିମାପଡ଼ା ତଥା ପୁରୀ ଜିଳ୍ଲାର ଜଣେ ଜଣାଶୁଣା ଶିକ୍ଷକ ।