ମାଗ୍ସେସେ ସମ୍ମାନକୁ ଶୈଳଜାଙ୍କ ନା

ଥିରୁଅନନ୍ତପୁରମ୍(ଏଜେନ୍ସି): କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସିପିଆଇ(ଏମ୍)ର ବରିଷ୍ଠ ନେତ୍ରୀ କେକେ ଶୈଳଜା ଏସିଆ ମହାଦେଶ ପାଇଁ ନୋବେଲ୍ ସମ୍ମାନ ବିବେଚନା କରାଯାଉଥିବା ସମ୍ମାନଜନକ ‘ମାଗ୍ସେସେ’ ପୁରସ୍କାର ଗ୍ରହଣ କରିବାକୁ ମନାକରିଦେଇଛନ୍ତି । ଦଳର ଅନ୍ୟ ବରିଷ୍ଠ ନେତା ଏବଂ କେନ୍ଦ୍ରୀୟ କମିଟି ସହ ଆଲୋଚନା କରିବା ପରେ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ।
କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ କେ.କେ ଶୈଳଜା ରାଜ୍ୟରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ନିପା ଭାଇରସ ଏବଂ କରୋନା ଭଳି ଭୂତାଣୁଜନିତ ସଂକ୍ରମଣକୁ ମୁକାବିଲା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାକୁ ଦୃଷ୍ଟିରେ ରଖି କେକେ ଶୈଳଜାଙ୍କୁ ଚଳିତ ବର୍ଷ ପାଇଁ (୬୪ତମ) ମାଗାସେସେ ସମ୍ମାନରେ ସମ୍ମାନିତ କରିବାକୁ ମାଗାସେସେ ଆୱାର୍ଡ କମିଟି ନିଷ୍ପତ୍ତି ନେଇଥିଲା । ତେବେ ଶୈଳଜାଙ୍କ କହିବାନୁସାରେ ରାଜ୍ୟ ସରକାର ତାଙ୍କୁ ଦେଇଥିବା ଦାୟିତ୍ୱକୁ ସେ ନିଷ୍ଠାର ସହ ତୁଲାଉଥିଲେ । ତେଣୁ ସେ ବ୍ୟକ୍ତିଗତ ଭାବେ ଏଥିପାଇଁ ଶ୍ରେୟ ନେବା ଉଚିତ୍ ନୁହେଁ । ଏହା ଏକ ସାମୂହିକ ପ୍ରୟାସ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *