ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ସୋ

ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ସୋ । ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ ଲାଗି ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚôବ ଇଣ୍ଡକ୍ସନ ଟିମ । ଏନ୍୩୨ ବିମାନରେ ଇଣ୍ଡକ୍ସନ ଟିମ୍ ପହଞ୍ଚôବ । ୮ ତାରିଖରେ ସି୧୭ ଗ୍ଲୋବ ମାଷ୍ଟର ବିମାନରେ ସୂର୍ଯ୍ୟକିରଣ ଏୟାର ସୋ ଲାଗି ଉପକରଣ ଆସିବ । ୯ ତାରିଖରେ ସୋରେ ଭାଗ ନେବାକୁ ଥିବା ୧୧ଟି ହକ୍ ବିମାନ ଆସିବ । ସୋରେ ୯ଟି ହକ୍ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏ ରହିବ । ୧୦ରେ ମ୍ୟାପିଂ ସର୍ଟିଂ ବା ରିହରସଲ୍ ହେବ ବୋଲି ସେମାବାର ପ୍ରକାଶ ପାଇଛି ।
ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାରେ ବାୟୁସେନାର ସୂର୍ଯ୍ୟକିରଣ ସୋ ହେବ । ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ସୋ ପାଇଁ ଯୋଜନା ହୋଇଛି । ୧୬ରେ ଭୁବନେଶ୍ୱର ନିକଟସ୍ଥ କୂଆଖାଇ ନଦୀର ଜାଲି ପାଟଣା ଗାଁ ନିକଟ ବାଲିଯାତ୍ରା ପଡିଆରେ ଓ ୧୮ରେ ପୁରୀର ଗଭର୍ଣ୍ଣର ହାଉସ୍ ଉପରେ ସୋ ପାଇଁ ଯୋଜନା ରଖାଯାଇଛି । ପାଣିପାଗ ସ୍ଥିତି ଆଧାରରେ ସକାଳ ୧୦ଟାରୁ ୧୧ଟା କିମ୍ବା ଅପରାହ୍ଣ ୪.୧୫ରୁ ୫.୧୫ ଯାଏଁ ହେବ ସୋ । ପୁରୀ ଏୟାର ସୋ ନିଶ୍ଚିତ ହୋଇସାରିଥିବା ବେଳେ ଭୁବନେଶ୍ୱର ଏୟାର ସୋ ପାଇଁ ଏୟାର ସ୍ପେସ ଅନୁମତିକୁ ଅପେକ୍ଷା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *