ଜୀବନ ବୀମା ଅଫିସ୍ ଆଗରେ ଏଜେଣ୍ଟଙ୍କ ବିକ୍ଷୋଭ

ପୁରୀ(ବୁ୍ୟରୋ): ଭାରତୀୟ ଜୀବନ ବୀମା ନିଗମର ୬୬ତମ ବର୍ଷରେ ବୀମା ସପ୍ତାହ ଚାଲୁଥିବା ଅବସରରେ ଭାରତ ବର୍ଷର ୧୩ ଲକ୍ଷ ଅଭିକର୍ତ୍ତା ଏକାଧିକ ଦାବି ନେଇ ଦେଶର ମୋଟ ୨୦୪୮ଟି ଶାଖା କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଜ୍ ପିନ୍ଧିବା ସହ ଆନେ୍ଦାଳନ ଜାରି ରଥିଛନ୍ତି । ଭାରତବର୍ଷରେ ୪୦କୋଟି ବୀମାଧାରୀଙ୍କ ସ୍ୱାର୍ଥ ଜୀବନ ବୀମା ନିଗମ ସହ ଜଡ଼ିତ ରହିଛି । ମାତ୍ର ବୀମା ଉପରେ ବୋନସ୍ ବୃଦ୍ଧି, ବୀମା କିସ୍ତି ଉପରୁ ଜିଏସ୍ଟି ଉଚ୍ଛେଦ, ସମସ୍ତ ଅଭିକର୍ତ୍ତାଙ୍କୁ ମେଡିକ୍ଲେମ୍ ସୁବିଧା, ପେନ୍ ସନ୍ ଯୋଜନା ଲାଗୁ କରିବା, କମିଶନ ବୃଦ୍ଧି କରିବା, କଣ୍ଟି୍ରବୁ୍ୟଟୋରୀ ପ୍ରୋଭିଡିଏଣ୍ଟ ଫଣ୍ଡ୍ ସୃଷ୍ଟି କରିବା ଏବଂ ୱେଲ୍ଫେୟାର ଫଣ୍ଡ୍କୁ ମଧ୍ୟ କାର୍ଯ୍ୟକାରିବା ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟମାନେ ଧାରଣା ଦେଇଛନ୍ତି । ଏଥିରେ ପୁରୀ ଏଜେଣ୍ଟ ଶାଖାର ସଭାପତି ଜୟଶଙ୍କର ମାଲୁ, ସମ୍ପାଦକ ବାଳକୃଷ୍ଣ ନାୟକ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନ, ଉପସଭାପତିରାଜ କିଶୋର ଦାସଙ୍କ ନେତୃତ୍ୱରେ ଶତାଧିକ ଅଭିକର୍ତ୍ତା ଉପସ୍ଥିତ ଥିଲେ । ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *