ଅଧିନାୟକତ୍ୱ ଛାଡ଼ିବା ପରେ ପ୍ରଥମେ ଧୋନି ମେସେଜ୍ କରିଥିଲେ

ମୁହଁ ଖୋଲିଲେ କୋହଲି
ଦୁବାଇ, ୫ା୯: ଟେଷ୍ଟ କ୍ୟାପ୍ଟେନସିପ୍ ଛାଡ଼ିବା ପରେ ଏକମାତ୍ର କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନି ମୋତେ ମେସେଜ୍ କରିଥିଲେ । କେବଳ ଧୋନି ହିଁ ଏକମାତ୍ର ବ୍ୟକ୍ତି ଯିଏକି ପ୍ରଥମେ ମୋତେ ମେସେଜ୍ କରି କ’ଣ ପାଇଁ କ୍ୟାପ୍ଟେନସିପ୍ ଛାଡୁଛ ବୋଲି ଜାଣିବାକୁ ଚାହୁଁଥିଲେ । ଏହା କହିଛନ୍ତି ଷ୍ଟାଇଲିସ୍ ବ୍ୟାଟର ବିରାଟ କୋହଲି ।
ଦୁବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି, ୨ଠ୨୨ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପରେ କ୍ୟାପ୍ଟେନସିପ୍ରୁ ଅବ୍ୟାହତି ନେବା ପାଇଁ ଘୋଷଣା କରିଥିଲି । ଏହି ଖବର ପାଇବା ପରେ ତୁରନ୍ତ ଧୋନି ମୋତେ ମେସେଜ୍ କରିଥିଲେ । ମୋ ଫୋନ୍ ନମ୍ବର ଅନେକ ଖେଳାଳିଙ୍କ ନିକଟରେ ଥିଲା । ବିସିସିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ମୋ ନମ୍ବର ଥିଲା କିନ୍ତୁ ସମସ୍ତେ କେବଳ ଟିଭି ଆଲୋଚନାରେ କ’ଣ ପାଇଁ ଛାଡ଼ିଲେ ଇତ୍ୟାଦି ବିଷୟରେ ମତାମତ ଦେଲେ । କେହିଜଣେ ବ୍ୟକ୍ତିଗତ ଭାବେ ମୋତେ କ୍ୟାପ୍ଟେନସିପ୍ ଛାଡ଼ିବାର କାରଣ ପଚାରିଲେ ନାହିଁ । କେବଳ ଧୋନି ମୋ ଠାରୁ ଏ ବିଷୟରେ ବୁଝିଥିଲେ ।
ମୋର କିଛି ହିତାକାଂକ୍ଷୀ ମୋତେ ସମାଲୋଚନା କଲେ, ଯାହାକୁ ମୁଁ ସାଦରରେ ଗ୍ରହଣ କରିଥିଲି । ମୁଁ କର୍ତ୍ତବ୍ୟନିଷ୍ଠ ଏବଂ ସଚ୍ଚୋଟତାର ସହ ଜୀବନ ନିର୍ବାହ କରୁଛି । ମୁଁ ଯାହାକୁ ସହାୟତା କରିବାକୁ ଚାହିଁବି ତାଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରେ ।
ପାକିସ୍ତାନ ବିପକ୍ଷରେ ହାରିବା ପରେ ବିରାଟ କୋହଲି ଇମୋସନାଲ ହୋଇ ଅନେକ କିଛି କହିଛନ୍ତି । ଅର୍ଶଦୀପ ସିଂହଙ୍କ କ୍ୟାଚ୍ ଛାଡ଼ିବା ନେଇ ପ୍ରଶ୍ନ କରାଯିବାରୁ କୋହଲି ନିଜ ସହ ଘଟିଥିବା ଏକ ଘଟଣାର ଅବତାରଣା କରି କହିଥିଲେ ଗୋଟେ ସମୟରେ ଏମିତି ଲାଗିଥିଲା କି ତାଙ୍କର କ୍ୟାରିୟର ଶେଷ ହୋଇଗଲା । ·ପରେ ଭୁଲ ହୋଇଥାଏ । ଏହା ବଡ଼ ମ୍ୟାଚ୍ ଥିଲା ଓ ସ୍ଥିତି ବହୁ କଠିନ ବି ଥିଲା । ଟିମ୍ରେ ଭଲ ମାହୋଲ ସୃଷ୍ଟି କରିବାର ଶ୍ରେୟ ଅଧିନାୟକଙ୍କ ନିକଟକୁ ଯାଇଥାଏ । ଯେବେ ମାହୋଲ ଭଲ ହୋଇଥାଏ ଜଣେ ଭୁଲ୍କୁ ସୁଧାରି ଆଗକୁ ବଢ଼ିଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *