ପୋଲସରାରେ ବିଜେଡିର ମହାମିଶ୍ରଣ ପର୍ବ

୩ ହଜାରରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମୀ ସାମିଲ
ପୋଲସରା (ଆପ୍ର): ସ୍ଥାନୀୟ ବସ୍ଷ୍ଟାଣ୍ଡଠାରେ ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳୀସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଦଳରେ ସାମିଲ ହୋଇଥିବା ନେତା ଓ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ । ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ବିଜେପି ଓ କଂଗ୍ରେସ ଛାଡ଼ିଥିବା ନବାଗତ କର୍ମୀଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବହୁ ସଂଖ୍ୟକ ବିଜେପିର ନବନିର୍ବାଚିତ ପ୍ରତିନିଧି ବିଜୁ ଜନତା ଦଳରେ ସାମିଲ ହେବା ଫଳରେ ଆଗାମୀ ଦିନରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଜେପି ଶୂନ୍ୟ ନିର୍ବାଚନ ମଣ୍ଡଳୀରେ ପରିଣତ ହେବ । କାର୍ଯ୍ୟକ୍ରମରେ ପୋଲସରା ଏନ୍ଏସିର ପୂର୍ବତନ ନଗରପାଳ ସୌଦାମିନି ସାହୁ, ଦୁୂର୍ଯେ୍ୟାଧନ ସାହୁ, ପୂର୍ବତନ ନଗର ବିଜେପି ସଭାପତି ନାରାୟଣ ସାହୁ, ବିଜେପି କାଉନ୍ସିଲର, ପୂର୍ବତନ କାଉନ୍ସିଲର, ପରାଜିତ ବିଜେପି କାଉନ୍ସିଲର ପ୍ରାର୍ଥୀ, ଯୁବ ସଂଗଠକ ଭାସ୍କର ନାହାକ, ଜଗା ଡ଼ାଙ୍ଗୁଆ, ସୁନିଲ କୁମାର ସାହୁଙ୍କ ସମେତ ହଜାର ହଜାର କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ଏହା ସହିତ ଚିରିକିପଡ଼ାଶାସନ ପଞ୍ଚାୟତର ସରପଞ୍ଚ ଭଗବାନ ସାହୁ, ସମିତିସଭ୍ୟ ରଞ୍ଜନ କୁମାର ସାହୁଙ୍କ ସମେତ ନବନିର୍ବାଚିତ ୧୬ଟି ୱାର୍ଡ ସଭ୍ୟ, ମାଳତେନ୍ତୁଳିଆ ପଞ୍ଚାୟତର ସରପଞ୍ଚ ଅସ୍ପତ ରାଉତଙ୍କ ସମେତ ସମସ୍ତ ୱାର୍ଡ଼ ସଭ୍ୟ, ମଧୁପଲ୍ଲୀ ପଞ୍ଚାୟତର ମନୋରଞ୍ଜନ ଜେନା, ଭାବରଡ଼ା ସରପଞ୍ଚ ପ୍ରଦୁ୍ୟମ୍ନ କୁମାର ବିଷୋୟୀ, ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିରଞ୍ଚôପୁର ପଞ୍ଚାୟତର ସମିତିସଭ୍ୟା ଅଳକାନନ୍ଦ, ସୀମାଞ୍ଚଳ ନନ୍ଦ, ଅରଖପୁର ପଞ୍ଚାୟତର ସରପଞ୍ଚ ମିନତୀ ମଲ୍ଲିକ, ସମିତିସଭ୍ୟା ଶାନ୍ତିଲତା ସ୍ୱାଇଁ ପ୍ରମୁଖ ବିଜେଡିରେ ସାମିଲ ହୋଇଥିଲେ । ମନ୍ତ୍ରୀ ଶ୍ରୀ ସାହୁଙ୍କ ସମେତ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜିଲ୍ଲା ବିଜେଡ଼ି ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ବେହେରା, ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସରଞ୍ଜନ ପ୍ରଧାନ, ପୋଲସରା ବ୍ଲକ୍ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ପୋଲସରା ଏନ୍ଏସି ଅଧ୍ୟକ୍ଷା ସଙ୍ଗୀତା କୁମାରୀ ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବୁଗୁଡ଼ା ନଗରପାଳ ଚିତ୍ରସେନ ପ୍ରଧାନ, ପ୍ରଫୁଲ କୁମାର ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ମଞ୍ଚାସୀନ ଥିଲେ । ପୋଲସରା ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଓ ସମ୍ପାଦକ ଅଶୋକ କୁମାର ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *