ଗୁରୁଦିବସରେ ନିର୍ଘାତ ପିଟିଲେ
ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ
କଣ୍ଟାପଡା (ଆପ୍ର) : କଣ୍ଟାପଡା ବ୍ଲକ ଅମ୍ବିକା ବିଦ୍ୟାପୀଠ ଶିକ୍ଷକ ଗୋପାଳ ଦାସ ନିଜର ହିତାହିତ ଜ୍ଞାନ ଓ ପଦମର୍ଯ୍ୟାଦା ଭୁଲି ସରକାରଙ୍କ ଦଣ୍ଡମୁକ୍ତ ଅଞ୍ଚଳ ନିଦେ୍ର୍ଦଶକୁ ବେଖାତିର କରି ଛାତ୍ରଙ୍କୁ ଗୋଡାଇ ଗୋଡାଇ ପିଟିଲେ, ଯାହାଦ୍ୱାରା ଛାତ୍ରମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତସୃଷ୍ଟି ହୋଇଛି । ପରିସ୍ଥିତି ଏଭଳି ହୋଇଛି କି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବାକୁ ଭୟ କରୁଛନ୍ତି । ଏହି ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି । ଡିମିରି ଫାଣ୍ଡିରେ ଦୁଇ ଦୁଇଟି ଲିଖିତ ଅଭିଯୋଗ ହୋଇଛି । ଏ ନେଇ କଣ୍ଟାପଡା ବିଇଓ ପ୍ରତାପ କୁମାର ପ୍ରଧାନଙ୍କୁ ପ·ରିବାରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଏହି ଘଟଣା ସାରା ବ୍ଲକରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସଂପୃକ୍ତ ଶିକ୍ଷକ ଜଣକ କିଛି ଲୋକଙ୍କ ସହାୟତାରେ ଘଟଣାର ସମାଧାନ କରିବାକୁ ଲାଗି ପଡିଛନ୍ତି । ଗତକାଲି ଅନ୍ୟ ଏକ ଛାତ୍ରର ଅଭିଭାବକଙ୍କୁ ଡାକି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କଙ୍ଗାରୁ କୋର୍ଟ ବସାଇ ସରକାରଙ୍କ ଉପସ୍ଥିତିରେ ଜଣେ ଛାତ୍ରଙ୍କ ସମାଧାନ କରିଛନ୍ତି । ଏଭଳି ଘଟଣା ଘଟିଥିଲେ ବି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣମାଧ୍ୟମ ଆଗରେ ମୁହଁ ଖୋଲୁ ନାହାଁନ୍ତି । ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗାମୀ ଦିନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟିହେବ ବୋଲି ଗ୍ରାମବାସୀମାନେ କହିଛନ୍ତି ।