ରାସ୍ତାରୋକ କଲେ ଖଣ୍ଡିଆ ଧୋବାସାହି ବାସିନ୍ଦା
ାା ୨ ମାସ ହେଲା ଆସୁନି ପାଣି ।ା
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ସହରରେ ପାଣି ପାଇଁ ରାସ୍ତାରୋକ ହେବା ଘଟଣା ସୋମବାର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଗୋଷାଣୀନୂଆଗାଁ ମୁଖ୍ୟରାସ୍ତାର ଖଣ୍ଡିଆ ଧୋବାସାହି ବାସିନ୍ଦା ମାଟି ପକାଇ, ହାଣ୍ଡି ଧୋଇ ମୁଖ୍ୟରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୨ଘଣ୍ଟା ଯାଏଁ ରାସ୍ତା ଅବରୋଧ ହୋଇଥିବାରୁ ଯାତାୟାତରେ ନାନା ଅସୁବିଧା ହୋଇଥିଲା । ଦାବି ମୁତାବକ ଗତ ୨ମାସ ହେଲା ସାହିକୁ ପିଇବା ପାଣି ଆସୁନି ।
ଗତ ମାସ ପାଣି ପାଇପ୍ କଟାଯିବା ଫଳରେ ପାଣି ଓଭରଫ୍ଲୋ ହେଉଥିଲା । ସାହିକୁ ସଂଯୋଗ ହୋଇଥିବା ପାଇପ୍କୁ ବିଛେଦ କରାଯାଇଥିଲା । ଫଳରେ ସାହିବାସିନ୍ଦା ପିଇବା ପାଣି ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସାହିକୁ ଗୋଟିଏ ଟ୍ୟାଙ୍କର ପାଣି ଯୋଗାଇଥିଲେ ହେଁ ସମସ୍ତଙ୍କୁ ପାଣି ମିଳୁ ନ ଥିବାରୁ ବାଧ୍ୟ ହୋଇ ରାସ୍ତାରୋକ କରାଯାଇଥିବା ସାହିବାସିନ୍ଦା କହିଥିଲେ । ପାଣି ଯୋଗାଇବା ବ୍ୟବସ୍ଥା ତୁରନ୍ତ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ କର୍ପୋରେଟରଙ୍କୁ ବହୁବାର ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ଏଭଳି ପଦକ୍ଷେପ ନେଇଥିବା ବିକ୍ଷୋଭକାରୀ କହିଛନ୍ତି । ପାଣି ମିଳୁନି କି ସାହିରେ ନାଳ ନର୍ଦ୍ଦମା ସଫା ହେଉନି । ସାହିରେ ରହିବା କଷ୍ଟକର ବୋଲି ଭୀମସେନ ସେଠୀ କହିଛନ୍ତି । ଖବରପାଇ ୱାଟକୋ ବିଭାଗ ପକ୍ଷରୁ ବିକାଶ ପାଢ଼ୀ ପହଞ୍ଚô ସାହିବାସିନ୍ଦାଙ୍କୁ ବୁଝାସୁଝା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ସାହିକୁ ପାଣି ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି । ବଡ଼ ପାଇପ୍ ଫାଟିବା କାରଣରୁ ଏଭଳି ସମସ୍ୟା ଉପୁଜିଥିବା ଶ୍ରୀ ପାଢ଼ୀ କହିଛନ୍ତି । ଗୋଷାଣୀନୂଆଗାଁ ମୁଖ୍ୟରାସ୍ତା ୨ଘଣ୍ଟା ଅବରୋଧ ହେବା ଫଳରେ ଯାତାୟାତରେ ବହୁ ଅସୁବିଧା ଉପୁଜିଥିଲା । ରାସ୍ତା ଅବରୋଧ ବେଳେ ସାହିର ରାଜା ସେଠୀ, କାବୁଲି ସେଠୀ, ସନ୍ତୋଷ ସେଠୀ, ଜୀବନ ବେହେରା, ଶଙ୍କର ସେଠୀ, ଭାରତୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।