ନିଶା ନିବାରଣ କେନ୍ଦ୍ରକୁ ସିଲ୍ କଲା ପ୍ରଶାସନ

ବାରିପଦା (ଆପ୍ର): ପୁଳା ପୁଳା ଟଙ୍କା ଆୟ କରିବା ଆଶାରେ ଏବେ ଏକ ସରଳ ମାଧ୍ୟମ ହେଉଛି ନିଶା ନିବାରଣ କେନ୍ଦ୍ର । ଏହାକୁ ଆଧାର କରି ନୂଆ ନୂଆ କେନ୍ଦ୍ରମାନ ବାରିପଦା ସହରରେ ଖୋଲିବାରେ ଲାଗିଛି । କିଛି ଦିନ ପୂର୍ବେ ବାରିପଦା ତକତପୁର ସ୍ଥିତ ପ୍ରତିଜ୍ଞା ନିଶା ନିବାର କେନ୍ଦ୍ରରେ ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ମାଡ଼ ମାରିବା ଘଟଣାରେ କେନ୍ଦ୍ରର ମାଲିକ ଅବନୀ ପତିଙ୍କୁ ଗିରଫ କରିଥିବା ବେଳେ ବିବାଦରେ ଛନ୍ଦି ହୋଇ ବିନା ଲାଇସେନ୍ସରେ କେନ୍ଦ୍ର ଚଳାଉଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୫୦୧ ତାରିଖ ୩ ତାରିଖ ଅନୁସାରେ ସୋମବାର ନିଶା ନିବାରଣ କେନ୍ଦ୍ରକୁ ବନ୍ଦ କରିଛି ପ୍ରଶାସନ ।
ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ରରେ ବାରିପଦା ତହସିଲଦାର ବିକ୍ରମ କେଶରୀ ପରିଡ଼ା, ବାରିପଦା ଟାଉନ ଥାନା ପୁଲିସ ଅଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କ ସହିତ ପୁଲିସ ଫୋର୍ସ ଉପସ୍ଥିତିରେ ଅନ୍ତେବାସୀଙ୍କୁ ମୁକ୍ତ କରିଛନ୍ତି । କେନ୍ଦ୍ରରେ ଥିବା ୩୨ଜଣଙ୍କ ପରିବାରଙ୍କୁ ଯୋଗାଯୋଗ କରାଯାଉଛି । ସେପଟେ ଗୋଟିଏ କୋଠରୀରେ ୪୨ଜଣ ଅନ୍ତେବାସୀ ରହିଥିବା ବେଳେ ଲୁହଭରା ଆଖିରେ କାନ୍ଦି କାନ୍ଦି ଦୁଃଖ କଥା ବଖାଣିଛନ୍ତି । ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି । ତେବେ ମାଲିକ ଅବନୀ ପତିକୁ ତିନି ତାରିଖ ରାତିରେ ଗିରଫ କରିଛି ଟାଉନ ଥାନା ପୁଲିସ । ବାରିପଦା ସହରର ପାଲବଣି ସ୍ଥିତ କୃପା ନିଶା ନିବାରଣ କେନ୍ଦ୍ର, ବାରୁଣୀ ରୋଡ୍ ସ୍ଥିତ ଉପଦେଷ୍ଟା ନିଶା ନିବାରଣ କେନ୍ଦ୍ର, ବାଘଡ଼ା ରୋଡ୍ ସ୍ଥିତ ପରିବର୍ତ୍ତନ ଆହୁରି ଅନେକ ବେଆଇନ ଭାବେ ଚାଲୁଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏ ବାବଦରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରେ, ଖୁବ୍ ଶୀଘ୍ର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏ ନେଇ ଜିଲ୍ଲାର ଅଗ୍ରଣୀ ସଂଗଠନ ଏହାକୁ ତୀବ୍ର ବିରୋଧ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବ ବୋଲି ସୂଚନା ଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *