ଆଜାଦ ଗଢ଼ିଲେ ‘ହିନ୍ଦୁସ୍ତାନୀ’

ଜମ୍ମୁ,୪ା୯: ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ନୂଆ ରାଜନୈତିକ ଇନିଂସ ଆରମ୍ଭ କରିଛନ୍ତି । କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜାଦ୍ ପ୍ରଥମ ଥର ପାଇଁ ରବିବାର ଜମ୍ମୁ ଆସି ଏକ ରାଲିରେ ଉଦ୍ବୋଧନ ଦେବା ଅବସରରେ ତାଙ୍କ ନୂଆ ଦଳର ନାମ ଘୋଷଣା କରିଛନ୍ତି । ସେ କହିଛନ୍ତି, ତାଙ୍କ ନୂଆ ଦଳର ନାମ ‘ହିନ୍ଦୁସ୍ତାନୀ’ । ରାଷ୍ଟ୍ରୀୟ ସ୍ତରରେ ଏହି ଦଳ ହିନ୍ଦୁ, ମୁସ୍ଲିମ୍, ଶିଖ୍, ଖ୍ରୀଷ୍ଟିଆନ୍ ସମସ୍ତଙ୍କ ପାଇଁ ଗ୍ରହଣଯୋଗ୍ୟ ହେବ । ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସ୍ୱ ପୃଷ୍ଠା: ୫
ଆଜାଦ…
ହେବ ତାଙ୍କ ଦଳର ଅନ୍ୟତମ ଦାବି । ପ୍ରସଙ୍ଗ କ୍ରମେ ଆଜାଦ୍ କଂଗ୍ରେସର ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ମୁଁ ଦିଲ୍ଲୀରେ ବସି ରହି ଦଳୀୟ ନେତା ଓ କର୍ମୀଙ୍କୁ ଆଦେଶ ଜାରି କରିବି ନାହିଁ । କଂଗ୍ରେସ ଆମ ରକ୍ତରେ ଗଢାଯାଇଥିଲା, କମ୍ପୁ୍ୟଟର ବା ଟୁଇଟର୍ରେ ନୁହେଁ । ଏହି କାରଣରୁ ତୃଣମୂଳ ସ୍ତରରେ କଂଗ୍ରେସ ନଜରକୁ ଆସୁନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *