ଅସୁରକ୍ଷିତ ଭାବେ ସ୍କୁଲ ଯାଉଛନ୍ତି ପିଲା
ଶିଶୁ ସୁରକ୍ଷା ପାଇଁ କେତେ ଯତ୍ନବାନ ପ୍ରଶାସନ
ଦାନଗଦୀ (ଆପ୍ର): କଳିଙ୍ଗ ନଗର ଶିଳ୍ପରାଜଧାନୀ କିନ୍ତୁ ଏଠାରେ ଭଲ ବିଦ୍ୟାଳୟ ଟିଏ ନାହିଁ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା କିଛି ସାହିର ପିଲାମାନେ କାରଖାନାଗଢି ଉଠିବା ଫଳରେ ବିଦ୍ୟାଳୟ ଠାରୁ ଦୂରେଇ ରହିବାକୁ ବାଧ୍ୟ ହେଉଛନ୍ତି । ପାଠ ପଢିବା ପାଇଁ ଉତ୍ସାହ ଓ ଆଗ୍ରହ ମରିଯାଉଛି, କାରଣ ବାଧକ ସାଜିଛି ଶିଳ୍ପ ପାଇଁ ହୋଇଥିବା ରାସ୍ତା ଓ ହଜାର ହଜାର ଗାଡି ମୋଟର । ଯାତାୟାତ, ଯଖପୁରା ବିଦ୍ୟାଳୟକୁ ଭିସା ପାଚେରୀ ପାଖରେ ଥିବା କୁଡୁମୀ ସାହି, କଚେରୀ ଗାଁ, ଅରା ସାହି, ଟାଙ୍ଗର ସାହିରେ ଥିବା ଆଦିବାସୀ ଓ ହରିଜନ ବର୍ଗର ପିଲାମାନେ ଚାଲି ଚାଲି ଦୁଇ ତିନି କିଲୋମିଟର ବିଜୁ ପଟ୍ଟନାୟକ ମାର୍ଗଓ ଗୋପବନ୍ଧୁ ମାର୍ଗ ଅତିକ୍ରମ କରି ବିଦ୍ୟାଳୟକୁ ପହଁଚିଲା ବେଳେକୁ ନାକେଦମ ହେଉଛନ୍ତି । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାମାନେ ଶହେରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ରହିଲେ ସରକାରଙ୍କ ଶିକ୍ଷାନୀତି ଅନୁସାରେ ଗାଁ ଠାରୁ ଦୁଇ ରୁ ତିନି କିଲୋମିଟର ଦୂରରେ ଯଦି ପାଞ୍ଚ ବର୍ଷ ରୁ ଅଧିକ ଦିନ ଯାତାୟାତ କରନ୍ତି ସେ ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ ହେବା କଥା । କିନ୍ତୁ ବିସ୍ଥାପିତ ଅଞ୍ଚଳ କହି କହି ପ୍ରଶାସନ କିଛି କରୁନାହାନ୍ତି ଏହି ସାହି ମାନଙ୍କରେ । ଦୀପ ତଳ ଅନ୍ଧାର ପରି ଏହି ସାହିର ବାସିନ୍ଦା ଧୂଳି, ଧୂଆଁ ଖାଇ ରହିଛନ୍ତି । ସବୁଠୁ ଦୁଃଖ ଓ କଷ୍ଟ ଦାୟକ ହେଉଛି ପିଲାମାନେ ପାଠ ପଢୁ ନାହାନ୍ତି । ଅସୁବିଧା ହେଲା ଯଦି ଜଣେ ପ୍ରଥମ ଶ୍ରେଣୀ ପିଲା ଏତେ ବାଟ ଖରା, ବର୍ଷା, ଶୀତରେ ଅସୁରକ୍ଷିତ ଭାବେ, ବିପଦ ପୂର୍ଣ୍ଣ ଭାବେ ଆଶଙ୍କାରେ ଗୋଟେ ଦିନ ଚାଲିକି ଯାଉଛି, ତା ପର ଦିନ ହାଲିଆ ହୋଇ ବିଦ୍ୟାଳୟରେ ଅନୁପସ୍ଥିତ ରହୁଛି । ଅଧାରୁ ପାଠ ଛାଡ଼ିବେ ପିଲାମାନେ, ଅଶିକ୍ଷିତ ହେବେ ବୋଲି, ଏହି ସାହି ମାନଙ୍କର ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମାନେ କହିବା କଥା ଡିପି ଏରିଆ କହି କହି ସରକାରଙ୍କ ସବୁ ଯୋଜନା ଓ ସୁବିଧାରୁ ବଞ୍ଚିତ କରୁଛନ୍ତି । ଶିଶୁ ଅଧିକାର ସୁରକ୍ଷା ମଞ୍ଚର ବିଜୟ କୁମାର ଦାସ ଅଭିଭାବକ ମାନେ ବାରମ୍ବାର ପିଲାମାନଙ୍କୁ ଯାତାୟାତ ପାଇଁ ଭିସା ଷ୍ଟିଲ, ଟାଟାରଟି ଏସ୍ଆରଡିଏସ୍ କୁ ଲିଖିତ ଭାବେ ଜଣାଇଲେ ମଧ୍ୟ କିଛି କାର୍ଯ୍ୟକାରୀ ହେଉନାହିଁ । ଏହି ସାହି ମାନଙ୍କୁ ଲାଗି ଭିସା ଷ୍ଟିଲ, ଜିନ୍ଦଲ, ୟାଜଦାନୀ, ସାଗର ସିମେ, ରୋହିତ କାରଖାନା ଅଛି । ବିଡମ୍ବନା ଏହି ସାହି ମାନଙ୍କୁ କଣ ଖାଲି ଧୂଳି, ଧୂଆଁ ଦେବା ପାଇଁ ସୀମିତ । ବିକାଶ ପାଇଁ ସିଏସଆରରୁ ଟଙ୍କା ଟିଏ ଖର୍ଚ୍ଚ ହେଉନାହିଁ । ଏହି ୪ ସାହିରେ ଶିଶୁ ସୁରକ୍ଷା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗ, କାରଖାନା କତୃପକ୍ଷ ଦୃଷ୍ଟି ଦେଇ ସ୍କୁଲ ବସର ବ୍ୟବସ୍ଥା କରିବାକୁ ପାଣ୍ଡ ବଦରା, ସୁରେଶ କୁଲଡିଙ୍କ ସହ ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି ।