ପୁଅ-ଝିଅଙ୍କ ପଛେ ପଛେ ମା’ ଚାଲିଗଲେ

ବିଷାକ୍ତ ଖାଦ୍ୟ ଖାଇ ମୃତୁ୍ୟ
ନରସିଂହପୁର (ଆପ୍ର): ଦୁଇ ପିଲାଙ୍କ ପଛେ ପଛେ ଚାଲିଗଲେ ମା’ । କଟକ ଜିଲ୍ଲା ବଡମ୍ବା ମାଣିଆବନ୍ଧ ଅଧୀନ ଅଭିମାନପୁର ବିରବରପୁରରେ ଗତକାଲି ଚାଟ୍, ଘୁଘୁନି ଖାଇ ପରିବାରର ୪ (ବାପା, ମା’ ଓ ଦୁଇପିଲା) ଜଣ ଅସୁସ୍ଥ ହୋଇଥିବା ବେଳେ ପ୍ରଥମେ ଦୁଇ ପିଲା ତଥା ଭାଇଭଉଣୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଥିଲା । ବାପା-ମା’ ମେଡିକାଲ୍ରେ ଚିକିତ୍ସାଧୀନ ଥିବା ସମୟରେ ଆଜି ମା’ଙ୍କ ମୃତୁ୍ୟ ଘଟିଥିବା ଜଣାପଡ଼ିଛି ।
ଖବର ମୁତାବକ ଗତକାଲି ରାତିରେ ଘରେ ମା ରୁନୁବାଳା ପାତ୍ର ନିଜେ ଚାଟ୍, ଘୁଗୁନି ଓ ଭାତ ପ୍ରସ୍ତୁତ କରିଥିବା ବେଳେ ଏହାକୁ ପରିବାରର ସମସ୍ତ ସଦସ୍ୟ ଖାଇଥିଲେ । ଖାଇବାର କିଛି ସମୟ ପରେ ହଠାତ ପୁଅ ରୁଦ୍ର ପାତ୍ର(୧୦) ଏବଂ ଝିଅ ରୁଚିକା (୭) ଭୀଷଣ ବାନ୍ତି କରିଥିଲେ ଏବଂ ସେମାନଙ୍କ ମୁଣ୍ଡ ବୁଲାଇ ହୋଇଥିଲା । ପ୍ରଥମେ ତାଙ୍କୁ ସ୍ଥାନୀୟ ମାଣିଆବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏହାର ୧୫ ମିନିଟ୍ ପରି ରୁନୁ ଏବଂ ତାଙ୍କ ସ୍ୱାମୀ ମଧ୍ୟ ବାନ୍ତି କରି ଅଚେତ ହୋଇ ଯାଇଥିଲେ । ପରେ ସମସ୍ତଙ୍କୁ ପ୍ରଥମେ କଟକ ସିଟି ହସ୍ପିଟାଲ ଏବଂ ପରେ ଜଗତପୁରର ସଦଗୁରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ସକାଳ ପ୍ରାୟ ୯ଟାରେ ଝିଅ ରୁଚିକା ଏବଂ ୧୧ଟାରେ ପୁଅ ରୁଦ୍ରଙ୍କ ମୃତୁ୍ୟ ହୋଇଥିବା ବେଳେ ରବିବାର ସକାଳେ ମା ରୁନୁଙ୍କର ମୃତୁ୍ୟ ହୋଇଛି । ଅପରାହ୍ଣରେ ବୀରବରପୁରରେ ରୁନୁଙ୍କ ଶବ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ପୁଅ ଓ ଝିଅଙ୍କର ଆଜି ସକାଳେ ଗ୍ରାମ୍ୟ ଶ୍ମଶାନରେ ଅନ୍ତ୍ୟେଷ୍ଟିକ୍ରିୟା ହୋଇଥିବା ବେଳେ ଅପରାହ୍ଣରେ ମା’ ରୁନୁଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରାଯାଇଛି । ସେପଟେ ଏବେ ବି ଡାକ୍ତରଖାନାରେ ଗୋବିନ୍ଦ ପାତ୍ର ଚିକିତ୍ସାଧୀନ ଥିବା ବେଳେ ବୀରବରପୁରରେ କଟକ ଫୁଡ୍ ସେଫ୍ଟି ଅଧିକାରୀ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କରି ନମୁନା ସଂଗ୍ରହ କରିଛନ୍ତି । ଅପରପକ୍ଷେ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ବିଶି ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *