ଦିଲ୍ଲୀ ରେଳ ଷ୍ଟେସନ୍ର ହେବ କାୟାକଳ୍ପ

ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୂଆ ମଡେଲ୍ର ବ୍ଲୁପ୍ରିଣ୍ଟ୍କୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ବ୍ଲୁପ୍ରିଣ୍ଟକୁ ଦେଖିଲେ ଆଗାମୀ ଦିନରେ ଦିଲ୍ଲୀ ରେଲୱେ ଷ୍ଟେସନ୍ ବିଶ୍ୱସ୍ତରୀୟ ରେଲୱେ ଷ୍ଟେସନ୍ର ମାନ୍ୟତା ପାଇବ ବୋଲି ପ୍ରତୀତ ହେଉଛି । ଯାତ୍ରୀଙ୍କୁ ସବୁପ୍ରକାର ସୁବିଧା ସହ ଅତ୍ୟାଧୁନିକ ସେବା ଯୋଗାଇବା ଉଦେ୍ଦଶ୍ୟରେ ଦିଲ୍ଲୀ ଷ୍ଟେସନ୍ର କାୟାକଳ୍ପକୁୂ ପରିବର୍ତ୍ତନ କରାଯାଉଥିବା ନିଜ ଅଧିକାରିକ ଟ୍ୱିଟର ହ୍ୟାଣ୍ଡେଲ୍ରେ ରେଳ ମନ୍ତ୍ରଣାଳୟ ଉଲ୍ଲେଖ କରିଛି । ଏଥିସହ ଦୁଇଟି ପ୍ରସ୍ତାବିତ ମଡେଲ୍ର ଫଟୋକୁ ମଧ୍ୟ ମନ୍ତ୍ରଣାଳୟ ସୋସିଆଲ ମିଡିଆରେ ସେୟାର କରିଛି ।
ଅନ୍ୟପକ୍ଷେ ମନ୍ତ୍ରଣାଳୟ ପକ୍ଷରୁ ନୂଆ ପ୍ରସ୍ତାବିତ ମଡେଲର ଦୁଇଟି ଫଟୋ ସେୟାର କରାଯିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ମତ ମନ୍ତବ୍ୟ ଆସିବାରେ ଲାଗିଛି । ତେବେ ଅନେକ ଲୋକ ଏହି ନୂଆ ମଡେଲକୁ ପସନ୍ଦ କରୁଥିବା ବେଳେ ଅନେକ ଦିଲ୍ଲୀ ରେଲୱେ ଷ୍ଟେସନ୍ ଏକ ପୂର୍ଣ୍ଣାଙ୍ଗ ବିକଶିତ ଷ୍ଟେସନ୍ର ମାନ୍ୟତା ହାସଲ କରିଥିବା ବେଳେ ପୁନର୍ବାର ଏହାର ଢ଼ାଞ୍ଚା ପରିବର୍ତ୍ତନ କରିବା ଏବଂ ଅଯଥାରେ ଅର୍ଥଶ୍ରାଦ୍ଧ କରିବାର କ’ଣ ଆବଶ୍ୟକତା ବୋଲି ପ୍ରଶ୍ନ କରିଛନ୍ତି । ଷ୍ଟେସନର ପୁନର୍ବିକାଶ କାମ ରେଲ୍ ଭୂମି ବିକାଶ ପ୍ରାଧିକରଣ(ଆରଏଲ୍ଡିଏ)କୁ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *