ପାଣି ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ

ଭଙ୍ଗା ପ୍ଲାଟଫର୍ମ ପାଇଁ ବ୍ୟବହାରରେ ଆସୁନି ନଳକୂପ
ନାଉଗାଁ (ଆପ୍ର): ଡେରିକି ପଞ୍ଚାୟତ ଗଂଗଦା (ପାଇକସାହି) ଗାଁର ପାଳସାହିରେ ଥିବା ନଳକୂପର ପ୍ଲାଟଫର୍ମ ଭାଙ୍ଗି ଯିବା ହେତୁ ନଳକୂପକୁ ବ୍ୟବହାର କରିବାରେ ଅସୁବିଧା ହେଉଛି । ଫଳରେ ସ୍ଥାନୀୟ ଲୋକେ ପାଣି ପାଇଁ ଅସୁବିଧା ଭୋଗୁଥିବା ବେଳେ ନଳକୂପଟି ବ୍ୟବହାର ନ ହେବାରୁ ନଷ୍ଟ ହେବାକୁ ବସିଲାଣି । ସୂଚନା ମୁତାବକ ଗ୍ରାମ୍ୟ ଜଳ ଓ ପରିମଳ ଯୋଗାଣ ବିଭାଗ ପକ୍ଷରୁ ଗାଁର ପାଳସାହିରେ ନଳକୂପ ବସାଯାଇଥିଲା । ନଳକୂପ ବସିବା ସମୟରେ ପ୍ଲାଟଫର୍ମ ନିର୍ମାଣ କରାଯାଇ ନ ଥିବାରୁ ସ୍ଥାନୀୟ ଲୋକେ ନଳକୂପକୁ ବ୍ୟବହାର କରୁ ନଥିଲେ ।
ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରେ ବିଭାଗ ପକ୍ଷରୁ ନଳକୂପର ପ୍ଲାଟଫର୍ମ ନିର୍ମାଣ କରାଯାଇଥିଲା । ଫଳରେ ସ୍ଥାନୀୟ ଲୋକେ ନଳକୂପକୁ ବ୍ୟବହାର କରି ଆସୁଥିଲେ । କିନ୍ତୁ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ପ୍ରାୟ ଏକ ବର୍ଷ ନ ପରୁଣୁ ପ୍ଲାଟଫର୍ମଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା । ପ୍ଲାଟର୍ଫମଟି ଭାଙ୍ଗିଯିବାରୁ ଉକ୍ତ ନଳକୂପରୁ ପାଣି ନେବାରେ ଅସୁବିଧା ହେଉଛି । ଯାହାଫଳରେ ନଳକୂପଟିକୁ ବ୍ୟବହାର କରିହେଉ ନ ଥିବା ସ୍ଥାନୀୟ ଲୋକ କହିଛନ୍ତି । ନଳକୂପଟିକୁ ବ୍ୟବହାର କରାଯାଉ ନ ଥିବାରୁ ତାହା ନଷ୍ଟ ହେବାକୁ ବସିଲାଣୀ । ତେଣୁ ନଳକୂପର ପ୍ଲାଟଫର୍ମକୁ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *