୫ ଦଫା ଦାବି ନେଇ କୁକୁଡ଼ା ଫାର୍ମ ଚାଷୀଙ୍କ ଆନେ୍ଦାଳନ ଚେତାବନୀ
ଛେଣ୍ଡିପଦା (ଆପ୍ର): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବଡ଼ବେରେଣାର ମା’ ଝାରୀ କୁଆଁଦେଇ ପୀଠଠାରେ କଣିହାଁ ଓ ଛେଣ୍ଡିପଦାର କୁକୁଡା ଫାର୍ମ ·ଷୀମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛେଣ୍ଡିପଦା ବ୍ଲକ ସଭାପତି ରାଜାରାମ ମୋହନ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ କଣିହାଁ ଓ ଛେଣ୍ଡିପଦା ବ୍ଲକର ଶତାଧିକ କୁକୁଡା ଫାର୍ମର ·ଷୀମାନେ ଏହି ବୈଠକରେ ଯୋଗଦେଇ କୁକୁଡା ଚିଆଁ ଯୋଗାଉଥିବା କମ୍ପାନୀର ଶୋଷଣ ନୀତି ଉପରେ ଆଲୋଚନା କରିଥିଲେ ।
କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁଁ ବହୁ କୁକୁଡା ଫାର୍ମ ·ଷୀ ଠିକଭାବେ ଋଣ ପରିଶୋଧ କରିପାରୁ ନଥିବା ନେଇ ·ଷୀମାନେ ପ୍ରକାଶ କରିଥିଲେ । କମ୍ପାନୀର ମନମାନୀ ଯୋଗୁଁ କୁକୁଡା ·ଷରୁ ଲାଭ ହେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହିତ ବୈଠକରେ କମ୍ପାନୀ ପକ୍ଷରୁ କୁକୁଡା ଏମଏସପି କିଗ୍ରା ପ୍ରତି ୮ଟଙ୍କା ଓ ଗ୍ରୋଇଙ୍ଗ ·ର୍ଜ ୧୭ ଟଙ୍କା, ଫାର୍ମକୁ ମାଗଣା ଚଷୁ ଓ ବିଦୁ୍ୟତ ଯୋଗାଇ ଦେବା ସହିତ ସରକାର ·ଷୀଙ୍କୁ କୁକୁଡା ·ଷ ନିମନ୍ତେ ସବ୍ସିଡ ଯୋଗାଇ ଦେବା ନିମନ୍ତେ ସଂଘ ପକ୍ଷରୁ ଦାବି କରିଛନ୍ତି । ଯଦି ସରକାର ଓ କମ୍ପାନୀ ପକ୍ଷରୁ ·ଷୀଙ୍କର ଦାବି ପୂରଣ ନକଲେ ଆଗାମୀ ଦିନରେ ଛେଣ୍ଡିପଦା ଓ କଣିହାଁ ବ୍ଲକରେ ସମ୍ପୂର୍ଣ୍ଣ କୁକୁଡା ·ଷ ବନ୍ଦ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି କୁକୁଡା ଫାର୍ମ ·ଷୀସଂଘ ପକ୍ଷରୁ କଡା ଚେତବନି ଦେଇଛନ୍ତି । ଏହି ବୈଠକରେ ଛେଣ୍ଡିପଦା ବ୍ଲକ୍ କୁକୁଡା ଫାର୍ମ ·ଷୀସଂଘର ସମ୍ପାଦକ ଲିଟୁ ଗଡନାୟକ, ସଂଯୋଜକ କ୍ଷିରୋଦ ଚନ୍ଦ୍ର ସାହୁ, କଣିହାଁ ବ୍ଲକ କୁକୁଡା ଫାର୍ମ ·ଷୀ ସଂଘର ସଭାପତି ମୋହନ ଚରଣ ପ୍ରଧାନ, ସମ୍ପାଦକ ବିଭୁତି ଭୁଷଣ ସାହୁ, ବିଶ୍ୱମ୍ବର ପ୍ରଧାନଙ୍କ ସମେତ ଶତାଧିକ ·ଷୀ ଯୋଗ ଦେଇଥିଲେ ।