ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନେ୍ଦାଳନ ପ୍ରସ୍ତୁତି

ଫୁଲବାଣୀ (ବୁ୍ୟରୋ): ଚୁକ୍ତିଭିତିକ ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଚୁକ୍ତିଭିତିକ ସରକାରୀ କର୍ମଚାରୀଙ୍କ କଳାବ୍ୟାଜ୍ ପରିଧାନ ୧୯ ଦିନରେ ପହଞ୍ଚିଛି । ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ୧୧ରେ ଭୁବନେଶ୍ୱର ଠାରେ ହେବାକୁ ଥିବା ବିଶାଳ ଗଣଆନେ୍ଦାଳନରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଛି । ମହାସଂଘର ନିଷ୍ପତ୍ତି କ୍ରମେ ରବିବାର ଫୁଲବାଣୀ ଠାରେ ଏକ ପ୍ରେସ ବିବୃତି ମାଧ୍ୟମରେ ୧୧ରେ ଭୁବନେଶ୍ୱର ଚାଲ ଡାକରା ଦିଆଯାଇଛି । ଚୁକ୍ତିଭିତିକ ଗ୍ରୁପ ବି, ସି ଏବଂ ଡି କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ ପୂର୍ବକ ଶାନ୍ତିପୂର୍ଣ୍ଣ ଧାରଣା ଦେଇ ସରକାରଙ୍କ ନିକଟରେ ଉପସ୍ଥାପନା କରିଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରା ଯାଇ ନ ଥିବାରୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ମହାସଂଘ ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ଅଶୋକ କୁମାର ଗୌଡ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡା ପୂର୍ବ ପ୍ରସ୍ତୁତି କରିଛନ୍ତି ।
ଆନେ୍ଦାଳନରେ ଜରୁରୀକାଳିନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଯୋଗଦେବା ପାଇଁ ଉଲ୍ଲେଖ କରାଯାଇଛି । ଗତବର୍ଷ ରାଜ୍ୟ ସରକାର ମହାସଂଘର ସମସ୍ତ ଦାବି ମାନି ନେଇ କେବଳ ୫୦% ଦରମା ବୃଦ୍ଧି କରି ଆଉ ସବୁ ଦାବି ଦୁଇ ମାସରେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ କରୁନାହାନ୍ତି । ରାଜ୍ୟସରକାର ପ୍ରତିଶ୍ରୁତି ଅନୁଯାୟୀ ଦାବି ପୂରଣ ନ କଲେ ୧୧ରେ ଭୁବନେଶ୍ୱର ଗାନ୍ଧୀ ମାର୍ଗଠାରେ ହେବାକୁ ଥିବା ଆନେ୍ଦାଳନରେ ଜିଲ୍ଲା କର୍ମଚାରୀମାନେ ସାମିଲ ହେବେ ବୋଲି ଜିଲ୍ଲା ସଭାପତି ଅଶୋକ ଗୌଡ଼, ଜୁନିୟର ଶିକ୍ଷକ ସଙ୍ଗର ଉପ-ସଭାପତି ଶୁଭସ୍ମିତା, ଜିଲ୍ଲା ସମ୍ପାଦକ ସୀମାଞ୍ଚଳ ପଣ୍ଡା, ଉପଦେଷ୍ଟା ଅଳକା ମହାନ୍ତିଙ୍କ ସମେତ ଅନ୍ୟମାନେ ପ୍ରମୁଖ ଜଣାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *