ଦରବୃଦ୍ଧି ଉପରେ କଂଗ୍ରେସର ‘ହଲ୍ଲା ବୋଲ୍’

ନୂଆଦିଲ୍ଲୀ (ଏଜେନ୍ସି): ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ରବିବାର ଦିଲ୍ଲୀର ରାମଲୀଲା ମୈଦାନ୍ ଠାରେ ଏକ ବିଶାଳ ସମାବେଶର ଆୟୋଜନ କରିଛି । କଂଗ୍ରେସ ଏହି ସମାବେଶକୁ ‘ହଲ୍ଲା ବୋଲ୍’ ଭାବେ ନାମିତ କରିଛି । ଏଥିରେ କଂଗ୍ରେସର ଅନେକ ତୁଙ୍ଗ ନେତାମାନେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି, ସ୍ଲୋଗାନବାଜି କରିବା ଦେଖିବାକୁ ମିଳିଛି । ବିଶେଷକରି ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସରକାରକୁୂ ଟାର୍ଗେଟ୍ କରିଥିଲେ ।
ରାହୁଲ କହିଛନ୍ତି, ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଭୟ ଏବଂ ଘୃଣାର ଏପରି ଏକ କଳୁଷିତ ବାତାବରଣ ସୃଷ୍ଟି କରୁଛନ୍ତି ଯାହାକି ଦେଶକୁ ଧୀରେ ଧୀରେ ଭିତରୁ ଦୁୂର୍ବଳ କରିଦେଉଛି । ଦେଶରେ ବିଜେପି ସରକାର ଆସିବା ପରଠାରୁ ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇଛି । ମୋଦି ସରକାର କେବଳ ନିଜର ହାତଗଣତି କେତେକ ଶିଳ୍ପପତି, ପୁଞ୍ଜିପତି, ଉଦ୍ୟୋଗପତି ବନ୍ଧୁମାନଙ୍କୁ ସହାୟତା କରିବାରେ ଲାଗିଛନ୍ତି । ଦେଶର କୋଟି କୋଟି ସାଧାରଣ ଜନତାଙ୍କ ସମ୍ପର୍କରେ ମୋଦି ସରକାର କିଛି ବି କରିନାହାନ୍ତି । ଓଲଟା ଦେଶବାସୀଙ୍କ ଉପରେ ମହଙ୍ଗା ପ୍ରହାର କରିଚାଲିଛନ୍ତି । ଦେଶବାସୀଙ୍କୁ କେବଳ ମୋଦି ଏବଂ ତାଙ୍କ ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇଚାଲିଛନ୍ତି । ବେରୋଜଗାର ଯୁବକଯୁବତୀଙ୍କ ପାଇଁ କ’ଣ କରିଛନ୍ତି ସେସମ୍ପର୍କରେ ଉତ୍ତର ମୋଦି ସରକାର ପାଖରେ ନାହିଁ ବୋଲି ରାହୁଲ କହିଛନ୍ତି ।
ରାହୁଲ କହିଛନ୍ତି, କେବଳ କଂଗ୍ରେସ ହିଁ ଦେଶକୁ ପୁନର୍ବାର ଏକଜୁଟ୍ କରିପାରିବ ଏବଂ ବିକାଶ ମାର୍ଗରେ ନେଇଯାଇପାରିବ । କିନ୍ତୁ ସଂସଦରେ ସଂଖ୍ୟା ଅଭାବ କାରଣରୁ ପ୍ରଶ୍ନ ଉଠାଇବା ମଧ୍ୟ ବିରୋଧୀଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ । ଅଧିକ ସଂଖ୍ୟା ଥିବା କାରଣରୁ ବିଜେପି ବିରୋଧୀଙ୍କ ପାଇଁ ସବୁବାଟ ବନ୍ଦ କରିଦେଇଛି । ଏବେ ବିରୋଧୀଙ୍କ ପାଖରେ କେବଳ ଗୋଟିଏ ମାର୍ଗ ଶେଷ ରହିଛି । ତାହା ହେଉଛି ଦେଶବାସୀଙ୍କ ନିକଟକୁ ଯାଇ ସିଧାସଳଖ ଆଲୋଚନା କରିବା ଏବଂ ବାସ୍ତବିକ ସ୍ଥିତି ସମ୍ପର୍କରେ ପରିଚିତ କରାଇବା । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଆସନ୍ତା ୭ରୁ ‘ଭାରତ ଯୋଡୋ’ ଯାତ୍ରାର ମଧ୍ୟ ଶୁଭାରମ୍ଭ କରିଛି ।
ସମାବେଶରେ ସାମିଲ କଂଗ୍ରେସ ନେତା ତଥା କର୍ମୀମାନଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ, ଦେଶ ପାଇଁ ଏବେ ଛିଡା ହେବାକୁ ପଡିବ ନଚେତ୍ ଦେଶ ବଞ୍ଚôିବ ନାହିଁ । ରାହୁଲ ନିଜ ଭାଷଣ ଆଳରେ କୃଷକ ସମସ୍ୟା, ବେରୋଜଗାରୀ ସମସ୍ୟା, ଦରଦାମ ବୃଦ୍ଧି, ବର୍ଦ୍ଧିତ ମୁଦ୍ରାସ୍ଫୀତି, ସାଧାରଣ ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍ଟି ଲାଗୁ ଭଳି ପ୍ରସଙ୍ଗ ଉଠାଇ ଉପରେ ମୋଦି ସରକାରକୁ ଭର୍ତ୍ସନା କରିଥିଲେ । ତେବେ ବିଜେପି ଏହାକୁ କଟାକ୍ଷ କରିଛି । ବିଜେପି ନେତା ତଥା ରାଷ୍ଟ୍ରୀୟ ପ୍ରବକ୍ତା ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି କଂଗ୍ରେସର ନେତୃତ୍ୱ ନେବାକୁ କେହି ଚାହୁଁନଥିବା ବେଳେ ଏହା ରାହୁଲଙ୍କ ରି ଲଞ୍ଚôଂ-୪.ଠ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *