ପ୍ରଥମ ପର୍ଯ୍ୟାୟ ଭସାଣ ଉସôବ ଶେଷ
ନାଚ ଗୀତରେ ଦୁଲୁକିଲା କଟକ ନଗର
କଟକ (ବୁ୍ୟରୋ): ନାଚ, ଗୀତ ସହ ପାରମ୍ପରିକ ବାଜାରେ ଅଗ୍ରପୂଜ୍ୟ ଗଣେଶଙ୍କ ପ୍ରଥମ ପର୍ଯ୍ୟାୟ ଭସାଣି ପର୍ବ ଅନୁଷ୍ଠିତ ହୋଇଯାଇଛି । ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି । ଗତ ଦୁଇବର୍ଷର ବ୍ୟବଧାନରେ ଆଜି ଗଣେଶ ପୂଜା ଭସାଣି ହେଉଥିବାରୁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ନାଚ, ଗୀତ ଓ ପାରମ୍ପାରିକ ବାଜାରେ ଦୁଲୁକିଛି କଟକ ସହର । ବାଜାରେ ତାଳେ ତାଳେ ନାଚି ଉଠିଛନ୍ତି ସହରବାସୀ । ତେବେ ଭସାଣି ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ୩୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ନିୟୋଜିତ କରାଯାଇଛି । ଏହାସହ କଟକର ସମସ୍ତ ଥାନାର ଅଧିକାରୀ ବିସର୍ଜନ ସମୟରେ ଉପସ୍ଥିତ ରହିଥିବାବେଳେ, ୨ ଜଣ ଆଡ଼ିସନାଲ ଡ଼ିସିପିଙ୍କୁ ମଧ୍ୟ ମୁତୟନ କରାଯାଇଛି । ରାତି ୧୨ଟା ପର୍ଯ୍ୟନ୍ତ ମୂର୍ତ୍ତି ବିସର୍ଜନ କାର୍ଯ୍ୟକ୍ରମ ଜାରି ରହିଥିଲା । ତେବେ ଆଜି ରାତି ସୁଦ୍ଧା ୪୦୦ଟି ମେଢ ବିସର୍ଜନ ହୋଇଥିବା ଜଣାଯାଇଛି । ଚଳିତ ବର୍ଷ ସହରରେ ୩ଟି ଦଫାରେ ଗଣେଶ ଭସାଣ କରାଯିବାକୁ ପୂର୍ବରୁ ତାରିଖ ନିର୍ଦ୍ଧାରିତ ହୋଇଥିଲା ।
ପ୍ରଥମ ପର୍ଯ୍ୟାୟରେ ଗଣେଶ ମୂର୍ତ୍ତିଗୁଡିକ ଆଜି ବିସର୍ଜନ କରାଯାଇଥିବା ବେଳେ ଆସନ୍ତା ୧୧ ଓ ୧୮ ତାରିଖରେ ଗଣେଶ ପ୍ରତିମାଙ୍କ ଭସାଣି ସଂପନ୍ନ କରିବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ନଦୀ ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ୧୧ଟି ଅସ୍ଥାୟୀ ପୋଖରୀ କରାଯାଇଛି । ବିସର୍ଜନ ପାଇଁ ଉଭୟ ମହାନଦୀର ଭୂଆଷୁଣୀ ଗଡା, କାର୍ତ୍ତିକେଶ୍ୱର ଗଡା, ମାତାମଠ, ଯୋବ୍ରା ଦଶତୁଠ, ନେହେରୁପଲ୍ଲୀ ଏବଂ କାଠଯୋଡିର ପୁରୀଘାଟ ଦେବୀଗଡା, ଖାନନଗର, ନୂଆପଡା ଘାଟକୂଳଠାରେ ଅସ୍ଥାୟୀ ପୋଖରୀ କରାଯାଇଛି । ସମସ୍ତ କ୍ଲବ ଓ ପୂଜାକମିଟିମାନେ ଏହି ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାପାଇଁ ନିଦେ୍ର୍ଦଶ ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଜାକଜକମର ସହ ଗଣେଶ ପୂଜା ବିସର୍ଜନ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପୂଜା କମିଟି ଓ କ୍ଲପ ପକ୍ଷରୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ପ୍ରଭୁ ଗଣେଶଙ୍କୁ ବିସର୍ଜନ କରିଛନ୍ତି । ଚଳିତ ବର୍ଷ କଟକ ସହରରେ ପ୍ରାୟ ୧୫୦୦ରୁ ଉଦ୍ଧ୍ୱର୍ ପୂଜା ମଣ୍ଡପ ଓ କ୍ଲବମାନଙ୍କରେ ଗଣେଶ ପୂଜା ପାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୦୦ ମୂର୍ତ୍ତି ବିସର୍ଜନ କରାଯାଇଛି । ବିସର୍ଜନ ସ୍ଥଳରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି ।