ଜାପାନକୁ ଟପିବ ଭାରତ

୨ଠ୨୯ ସୁଦ୍ଧା ହେବ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା
ନୂଆଦିଲ୍ଲୀ, ୩ା୯: ଭାରତର ଅର୍ଥବ୍ୟବସ୍ଥା ସବୁ ଦେଶ ତୁଳନାରେ ଏବେ ଅଧିକ ବେଗରେ ବୃଦ୍ଧି ପାଉଛି । ୨୦୧୪ ପରଠାରୁ ବିଭିନ୍ନ ରଚନାତ୍ମକ ପରିବର୍ତ୍ତନ କାରଣରୁ ଦେଶର ଅର୍ଥବ୍ୟବସ୍ଥା ୟୁନାଇଟେଡ୍ କିଙ୍ଗ୍ଡମ୍କୁ ପଛରେ ପକାଇ ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇଛି । ବାସ୍ତବ ପକ୍ଷେ ଭାରତର ଅର୍ଥ ବ୍ୟବସ୍ଥା ଗତ ଆର୍ଥିକ ବର୍ଷ ଠାରୁ ବି୍ରଟେନ୍ ଠାରୁ ଆଗୁଆ ରହିଆସିଛି । ବର୍ତ୍ତମାନର ବିକାଶ ହାର ଜାରି ରହିଲେ ଭାରତ ୨୦୨୭ରେ ଜର୍ମାନୀ ଏବଂ ୨୦୨୯ ସୁଦ୍ଧା ଜାପାନ ଠାରୁ ବଡ଼ ଅର୍ଥବ୍ୟବସ୍ଥା ହୋଇଯିବ । ବୈଶ୍ୱିକ ଜିଡିପିରେ ଭାରତର ଭାଗିଦାରୀ ୩.୫% ରହିଛି । ୨୦୧୪ରେ ଏହା ୨.୬% ଥିଲା; ୨୦୨୭ ସୁଦ୍ଧା ଜର୍ମାନୀକୁ ପଛରେ ପକାଇ ୪% ହୋଇଯିବ । ଭାରତୀୟ ଷ୍ଟେଟବ୍ୟାଙ୍କ ଅର୍ଥନୈତିକ ଗବେଷଣା ବିଭାଗର ‘ଇକୋରାପ୍’ ରିପୋର୍ଟରେ ଏହି କଥା ଦର୍ଶାଯାଇଛି ।
ଗବେଷକ ଟିମ୍ର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟାକାନ୍ତି ଘୋଷ କହିଛନ୍ତି, କରୋନା ମହାମାରୀ ପ୍ରକୋପ ପରେ ଭାରତୀୟ ଅର୍ଥବ୍ୟବସ୍ଥାରେ ବ୍ୟାପକ ସୁଧାର ଦେଖିବାକୁ ମିଳୁଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତି୍ରମାସରେ ଜିଡିପି ଅଭିବୃଦ୍ଧି ହାର ଥିଲା ୧୩.୫% । ଆଗାମୀ ଦିନରେ ଏହି ଧାରା ଜାରି ରହିଲେ ୨୦୨୯ ସୁଦ୍ଧା ଭାରତକୁ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଟ୍ୟାଗ୍ ମିଳିବା ସୁନିଶ୍ଚିତ । ୨୦୧୪ରେ ଭାରତୀୟ ଅର୍ଥବ୍ୟବସ୍ଥାର ର୍ୟାଙ୍କିଙ୍ଗ୍ ଥିଲା ୧୦ । ୨୦୨୯ ସୁଦ୍ଧା ଏହା ୭ଟି ପାହାଚ ଉପରକୁ ଉଠିଯିବ ।
୨୦୨୨-୨୩ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୭ରୁ ୭.୭ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । ପୃଥିବୀ ସାରା ଆର୍ଥିକ ଅନିଶ୍ଚିତତା ଲାଗି ରହିଥିବା ବେଳେ ୬ରୁ ୬.୫ ପ୍ରତିଶତ ଅଭିବୃଦ୍ଧି ଭାରତ ପାଇଁ ‘ନୁ୍ୟ ନର୍ମାଲ’ ବୋଲି ରିସର୍ଚ୍ଚ ରିପୋର୍ଟରେ ଦର୍ଶାଯାଇଛି ।
ଏସ୍ବିଆଇ ରିପୋର୍ଟରେ ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ବାସ୍କେଟକୁ ଅପ୍ଡେଟ୍ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ଜିଡିପି ତାଲିକା ଅନୁଯାୟୀ ଆମେରିକା ଏବେ ପୃଥିବୀର ସର୍ବବୃହତ୍ତ ଅର୍ଥବ୍ୟବସ୍ଥା । ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି ଯଥାକ୍ରମେ ଚୀନ୍, ଜାପାନ୍ ଓ ଜର୍ମାନୀ । ଦଶବର୍ଷ ପୂର୍ବେ ଏହି ସୂଚୀର ଏକାଦଶ ସ୍ଥାନରେ ଥିଲା ଭାରତ, ପଞ୍ଚମ ସ୍ଥାନରେ ଥିଲା ବି୍ରଟେନ୍ । ୨୦୧୯ରେ ମଧ୍ୟ ଭାରତ ବ୍ରିଟେନ୍କୁ ଷଷ୍ଠ ସ୍ଥାନକୁ ହଟାଇ ପଞ୍ଚମ ସ୍ଥାନ ଅଧିକାର କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *