୧୫ ସୁଦ୍ଧା ନୂଆ ଭୋଟରଙ୍କୁ ମିଳିବ ପରିଚୟପତ୍ର

ଜିଲ୍ଲାପାଳ-ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି । ରାଜ୍ୟରେ ଜାରି ରହିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ଏବଂ ଭୋଟର ଫଟୋ ପରିଚୟ ପତ୍ର ପ୍ରସ୍ତୁତି ଓ ଏହାର ବଣ୍ଟନ, ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ, ଭୋଟର ତାଲିକାରେ ନୂତନ ଭୋଟର ଭାବେ ନାମ ଅନ୍ତର୍ଭୁକ୍ତ କରିବା ଆଦି କାର୍ଯ୍ୟ ନିମନ୍ତେ ବିଭିନ୍ନ ପ୍ରକାରର ଫର୍ମ ମୁଖ୍ୟାଳୟରୁ ନେବା ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ରାଜ୍ୟରେ ନୂତନ ଭୋଟରମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଭୋଟର ଫଟୋ ପରିଚୟ ପତ୍ରଗୁଡ଼ିକୁ ଆସନ୍ତା ୧୫ ତାରିଖ ସୁଦ୍ଧା ସମ୍ପୃକ୍ତ ଭୋଟରଙ୍କ ନିକଟକୁ ଡାକ ଯୋଗେ ପଠାଇବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ରାଜ୍ୟର ସମୁଦାୟ ଭୋଟର ୩ କୋଟି ୨୫ ଲକ୍ଷ ୬୧ ହଜାର ୯୮୦ ଜଣଙ୍କ ମଧ୍ୟରୁ ୧ କୋଟି ୮୦ ଲକ୍ଷ ୩୭ ହଜାର ୯୨୮ ଜଣ ଭୋଟର ସେମାନଙ୍କର ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିଛନ୍ତି, ଯାହାକି ଶତକଡ଼ା ୫୫.୪୦% । ଭୋଟର ଫଟୋ ପରିଚୟ ପତ୍ର ସହ ଅ ।ଧାର ସଂଯୋଗୀକରଣ କାର୍ଯ୍ୟ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଶ୍ରେଷ୍ଠ ୫ ଜିଲ୍ଲାର ଜିଲ୍ଲାପାଳ ତଥା ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ । ଜିଲ୍ଲାଗୁଡ଼ିକ ମଧ୍ୟରେ ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ଅନୁଗୋଳ ଏବଂ ସୁବର୍ଣ୍ଣପୁର । ରାଜ୍ୟର ସହରାଞ୍ଚଳରେ ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ କାର୍ଯ୍ୟ ଧୀମା ହେଉଥିବାରୁ ସେଠାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଇବାକୁ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *