ରାଜ୍ୟରେ ୨୩ଠ୯ ଆକ୍ରାନ୍ତ
ଚିନ୍ତା ବଢ଼ାଉଛି ଡେଙ୍ଗୁ
ଭୁବନେଶ୍ୱର (ବୁ୍ୟରୋ): ଚିନ୍ତା ବଢ଼ାଇଲାଣି ଡେଙ୍ଗୁ । ରାଜ୍ୟରେ ନିୟମିତ ଭାବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୩୦୯ ରୋଗୀ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧୨୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ନିୟମିତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ବହୁତ ପରିମାଣରେ ଟେଷ୍ଟ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୨୨ ହଜାର ୬୮ ଜଣଙ୍କର ନମୁନା ପରୀକ୍ଷା ସରିଥିବାବେଳେ, ସେମାନଙ୍କ ମଧ୍ୟରୁ ୨୩୦୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲେଟଲେଟ ପର୍ଯ୍ୟାପ୍ତ ପରିମାଣରେ ରହିଛି । ରାଜ୍ୟରେ ୯ ରକ୍ତ ଭଣ୍ଡାରରେ ପ୍ଲେଟଲେଟ ପୃଥକୀକରଣ ୟୁନିଟ କାର୍ଯ୍ୟକ୍ଷମ ଅଛି । ଗତବର୍ଷ ୧୦ହଜାର ୮୩୩ ନମୁନା ପରୀକ୍ଷା ହୋଇଥିଲାବେଳେ, ସେମାନଙ୍କ ମଧ୍ୟରୁ ୨ ହଜାର ୮୭୮ ରୋଗୀ ଚିହ୍ନଟ ହୋଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଖୋର୍ଦ୍ଧାରେ ସର୍ବାଧିକ ୧୧୨୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ, କୋରାପୁଟରେ ୩୪୨, ମାଲକାନଗିରିରେ ୧୭୭, ରାୟଗଡ଼ାରେ ୨୬୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
ଏନେଇ କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ନିୟମିତ ବଢୁÿଛି । ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୫ରୁ ୧୦ ଡେଙ୍ଗୁ ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି । ଗତକାଲି କ୍ୟାପିଟାଲ ହସ୍ପିଟାଲରେ ୨୯ ଡେଙ୍ଗୁ ରୋଗୀ ଥିଲେ । ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୪ରେ ପହଞ୍ଚôଛି । ଗୁରୁତର ଡେଙ୍ଗୁ ରୋଗୀଙ୍କ ଲାଗି ପ୍ଲେଟଲେଟ ଯୋଗାଇ ଦିଆଯାଉଛି । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ବି ଏଠାରୁ ପ୍ଲେଟଲେଟ ମିଳିବାରେ ଅସୁବିଧା ନାହିଁ । ତେବେ ରକ୍ତ ସଂଗ୍ରହ ଉପରେ ହିଁ ପ୍ଲେଟଲେଟର ଉପଲବ୍ଧତା ନିର୍ଭର କରୁଛି ବୋଲି ସେ କହିଛନ୍ତି । ଏନେଇ ସଚେତନ ହେବାର ଅ ।ବଶ୍ୟକତା ରହିଛି । ଡେଙ୍ଗୁ ରୋଗ ଦେଖାଗଲେ ଚିକିତ୍ସା କରିବା ସହ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ । ଏହାର ସ୍ୱତନ୍ତ୍ର କୌଣସି ଚିକିତ୍ସା ନଥିଲେ ମଧ୍ୟ ଜ୍ୱର କମିବା ପାଇଁ ଔଷଧ ଖାଇବା ଆବଶ୍ୟକ । ଯଦିଜ୍ୱର ନକମେ ତେବେ ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଆଡମିଟ ହେବା ଉଚିତ୍ ବୋଲି ପ୍ରକାଶ ପାଇଛି ।