ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ଝାରସୁଗୁଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର (ବୁ୍ୟରୋ): ଝାରସୁଗଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶନିବାର ସକାଳୁ ଝାରସୁଗୁଡ଼ା ସହରର ବାଲିଯୁରି ସ୍ଥିତ ହାର୍ଟ ହସ୍ପିଟାଲକୁ ପରିଦର୍ଶନ କରିଥିଲେ । ପରେ ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ରହିଛି ତାହା କେମିତି ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେବ, ଘରକୁ ଘର ଜଳଯୋଗାଣ ପ୍ରକଳ୍ପ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜନସାଧାରଣ କେମିତି ଉପକୃତ ହୋଇପାରିବେ ତାହା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାବାସୀଙ୍କ ସ୍ୱପ୍ନ ହାର୍ଟ ହସ୍ପିଟାଲକୁ ମଧ୍ୟ ପରିଦର୍ଶନ କରିଛନ୍ତି ।
ଏହା ପରେ ପରେ କଟାପାଲି ସ୍ଥିତ ମେଗା ଉଠାଜଳସେଚନ ପ୍ରକଳ୍ପ ଓ ଜଳ ବିଷୋଧନାଗାର ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ଜିଲ୍ଲାରେ ରହିଥିବା ୧୧ ଉଠାଜଳସେଚନ ପ୍ରକଳ୍ପର ଚାଷୀମାନେ କିଭଳି ସୁବିଧା ପାଇ ପାରିବେ ତାହାକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଏ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କ ସହ ଏକ ବୈଠକ କରାଗଲା । ସରକାରଙ୍କ ମେଗା ପ୍ରକଳ୍ପକୁ କିପରି ସଠିକ ସମୟରେ ଶେଷ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଛି । ଚେଷ୍ଟା କରାଯାଉଛି ଚଳିତ ବର୍ଷ ଶେଷ ସୁଦ୍ଧା ମୋଟ ୯୧ ହଜାର ପରିବାରରୁ ୫୦ ପ୍ରତିଶତ ପରିବାରକୁ ଯେପରି ପାନୀୟ ଜଳ ଯୋଗାଇ ଦିଆଯିବ । ଏହାସହ କାର୍ଡିଆକ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ଆସିଲାଣି । ଆସନ୍ତା ୬ ମାସ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ଓ ଧାନ ଚାଷ ବ୍ୟତୀତ ଅନ୍ୟ ଶସ୍ୟ ଓ ଡାଲି ଜାତୀୟ ଫସଲକୁ ବଡ଼ ଆକାରରେ କରିବା ସହ ଅଧିକ ଉତ୍ପାଦନ କରିବା ଉପରେ ଧ୍ୟାନ ଦିଆଯାଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *