ବିଲ୍ ନ ମିଳିବାରୁ ଟୁ୍ୟବ୍ୱେଲ ଖୋଲିନେଲେ ଠିକାଦାର

ସୁକିନ୍ଦା (ଆପ୍ର): ବିଲ୍ ନ ମିଳିବାରୁ ବାଧ୍ୟ ହୋଇ ନଳକୂପ ଖୋଲିନେଲେ ସମ୍ପୃକ୍ତ ଠିକାଦାର । ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ସୁକିନ୍ଦାଗଡ଼ରେ ଥିବା ସାପ୍ତାହିକ ହାଟରେ ସୁକିନ୍ଦା ବ୍ଲକ୍ ପକ୍ଷରୁ ଦୀର୍ଘ ୬ ମାସ ହେବ ଏକ ବୋରୱେଲ କରାଯାଇ ଏକ ଟୁ୍ୟବ୍ୱେଲ ଲଗାଯାଇଥିଲା । ଏହି କାର୍ଯ୍ୟଟି ବିଭାଗୀୟ ଜେଇଙ୍କ ନାମରେ ୱାର୍କଅର୍ଡର ଥିବା ବେଳେ ୬ ମାସହେବ ଜେଇମ୍ୟାଡ଼ମଙ୍କ କାମ ଉପରେ ଦେଖାନାହିଁ । ଜେଇ ମ୍ୟାଡମଙ୍କୁ କାର୍ଯ୍ୟର ବିଲ୍ କେବେହେବ ପଚାରିଲେ ମ୍ୟାଡ଼ମ କହୁଛନ୍ତି ଫାଇଲ ମିଳୁନାହିଁ, ଯାହାଫଳରେ ଫାଇଲ ଖୋଲା ଯାଇପାରୁନି । ବିଲ୍ ହେବ କେମିତି । ଏଠି ପ୍ରଶ୍ନ ଉଠୁଛି କାର୍ଯ୍ୟ ଆରମ୍ଭ ପୂର୍ବରୁ କାର୍ଯ୍ୟସୂଚୀର ଫାଇଲ ଥିଲା, ବିଲ୍ କଥା ଆସିଲାରୁ ଫାଇଲ୍ କେଉଁଆଡେ ହଜିଗଲା । ଶେଷରେ ଶନିବାର ଠିକାଦାର ଟଙ୍କା ନ ପାଇବାରୁ ଟୁ୍ୟବ୍ୱେଲର ହ୍ୟାଣ୍ଡଲକୁ ଖୋଲି ଆଣିଛନ୍ତି ଜାହା ଫଳରେ ରବିବାର ସାପ୍ତାହିକ ହାଟ ଥିବାରୁ ହଜାର ହଜାର ଲୋକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *