ବାତ୍ୟା ହେବନି, ପ୍ରବଳ ବର୍ଷିବ
ପାଣିପାଗ ବିଭାଗର ସ୍ପଷ୍ଟୀକରଣ
ଭୁବନେଶ୍ୱର, ୩ା୯ (ବୁ୍ୟରୋ): ସେପ୍ଟେମ୍ବର ମାସରେ ଏକ ବାତ୍ୟା ହେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ ଖଣ୍ଡନ କରିଛନ୍ତି । ଶ୍ରୀ ଦାଶ କହିଛନ୍ତି, ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ କୌଣସି ସୂଚନା ଜାରି କରି ନାହିଁ । ସେପ୍ଟେମ୍ବର ମାସରେ ବାତ୍ୟା ହେବାର କୌଣସି ସୂଚନା ନାହିଁ । ଏନେଇ ଆକଳନ କରାଯାଇ ନାହିଁ । ସେପ୍ଟେମ୍ବର ମାସରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦୁଇଟି ଲଘୁ·ପ କ୍ଷେତ୍ର ସୃଷ୍ଟି ହେବ । ସେପ୍ଟେମ୍ବର ୮ ତାରିଖରେ ପ୍ରଥମ ଲଘୁ·ପ କ୍ଷେତ୍ର ସୃଷ୍ଟି ହୋଇପାରେ । ଦ୍ୱିତୀୟ ଲଘୁ·ପଟି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛିୟ ତେବେ ବାତ୍ୟା ନେଇ କୌଣସି ଆକଳନ କରାଯାଇନି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ।
ଦୁଇ ଦିନ ମଧ୍ୟରେ ଦୁର୍ବଳ ଥିବା ମୌସୁମୀ ବାୟୁ ସକ୍ରିୟ ହେବ । ଏହା ଫଳରେ ଏକ ନିମ୍ନ·ପ ରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ୫ ତାରିଖରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ । ୫ଟି ଜିଲ୍ଲାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ । ସେହିପରି ୬ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗତପତି, ଗଞ୍ଜାମ, କୋର୍ଦ୍ଧା ପୁରୀ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛିୟ ଏହାସହ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣ ବର୍ଷା ହେବୟ ୭ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ସେପ୍ଟେମ୍ବର ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ୧ ଜୁନ୍ରୁ ଆଜି ସୁଦ୍ଧା ରାଜ୍ୟରେ ୯୯୩ ମି.ମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୯୪୧.୨ ମିମି ତୁଳନାରେ ୬% ଅଧିକ ରହିଛି । ଦେବଗଡ଼, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଜ୍ଞାନୀ ଶ୍ରୀ ଦାସ କହିଛନ୍ତି ।
ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ବଢ଼ିଛି । ଗତ ୨୪ ଘଣ୍ଟାରେ ୨୨ ସହରର ତାପମାତ୍ରା ୩୫ ଡିଗ୍ରୀଠାରୁ ଅଧିକ ରହିଥିଲା । ୩୬.୭ ଡିଗ୍ରୀ ସହ ଅନୁଗୋଳ ସବୁଠାରୁ ଉତ୍ତପ୍ତ ସହର ଥିଲା । ଦୁର୍ବଳ ମୌସୁମୀର ପ୍ରଭାବ ଆହୁରି ୨ ଦିନ ରହିବା ସହ ଗୁଳୁଗୁଳି ଲାଗି ରହିବ ।