ସେ ଥିଲେ ଓଡ଼ିଆ ଭାଷା-ସାହିତ୍ୟର ଅଭିନବ ନିର୍ମାତା

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଆ ଭାଗବତର ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ମହାସମାରାହରେ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରସ୍ଥ ଗୀତଗାବିନ୍ତ ସଦନରେ ଅନୁଷ୍ଠିତ ଏହି ସମାରାହରେ ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଆ ଭାଷା ସାହିତ୍ୟର ଅଭିନବ ନିର୍ମାତା ଥିଲେ ବୋଲି କହିଛନ୍ତି । ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିବାବେଳେ ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକ, ଉପସଭାପତି ଡକ୍ଟର ସଂଗ୍ରାମ ଜେନା ଓ ସଚିବ ପ୍ରବୋଧ କୁମାର ରାଉତ ଏବଂ ବହୁ ସାହିତି୍ୟକ ଉପସ୍ଥିତ ରହି ଅତିବଡ଼ୀଙ୍କ ବିଭିନ୍ନ ସାରସ୍ୱତ ଦିଗ ଉପରେ ଆଲୋକପାତ କରିଥିଲେ । ଶନିବାର ସକାଳେ ସଂସ୍କୃତି ଭବନ ପରିସରରେ ଥିବା ଅତିବଡ଼ିଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସବର୍ମା ଓ ଏକାଡେମୀ ସଭାପତି ଡକ୍ଟର ମଲ୍ଲିକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ପ୍ରତିମୂର୍ତ୍ତି ସ୍ଥାପନରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ରହିଥିବାବେଳେ ଏହାର ଅନାବରଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡିଥିଲେ । ପରେ ଏହାକୁ କ୍ୟାବିନେଟ୍ରେ ମଞ୍ଜୁର କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅପରାହ୍ଣ ୫.୩୦ରେ ଭାଗବତ ପାଠ ଏବଂ ୬.୩୦ରେ ସାରସ୍ୱତ ଆସର ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *