ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ପକ୍ସୋ କୋର୍ଟ ଜଜ୍ଙ୍କ ଆତ୍ମହତ୍ୟା ମାମଲା
ମାନସିକ ଓ ଶାରୀରିକ ନିର୍ଯାତନ ଦେଉଥିଲେ ସ୍ତ୍ରୀ ଓ ଶଳା
କଟକ (ବୁ୍ୟରୋ): କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତୁ୍ୟ ମାମଲା ଏବେ ନୂଆ ମୋଡ଼ ନେଇଛି । ଏହା ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସୁବାସଙ୍କ ମାଆ ତୁଲସୀ ବିହାରୀ ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ଉଭୟ ମିଶି ତାଙ୍କୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେଇଥିବା ନେଇ ମୃତ ସୁବାସଙ୍କ ମାଆ ଏତଲାରେ ଦର୍ଶାଇଛନ୍ତି । ଶବ ଦେହରେ ବିଭିନ୍ନ ଜାଗାରେ କ୍ଷତଚିହ୍ନକୁ ନେଇ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ତାଙ୍କ ଧର୍ମ ପତ୍ନୀ ଅପରାଜିତା ରାୟ ଓ ସାନ ଭାଇ ସର୍ବଜିତ ରାୟ ସୁବାସଙ୍କୁ ହତ୍ୟାକରି ଟାଙ୍ଗୀ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେ ଏତଲତା ଉଲ୍ଲେଖ କରିଛନ୍ତି ଯେ, ପୁଅ ସୁବାସ ବିହାରୀ ଓ ଅପରାଜିତା ରାୟ ଉଭୟ ପ୍ରେମ ବିବାହ କରିଥିଲେ । ବିବାହର ୩ ବର୍ଷ ପର୍ଯ୍ୟନ୍ତ ପରିବାର ସହିତ ସୁ-ସମ୍ପର୍କ ରହିଥିଲା । ତାପରେ ଧୀରେ ଧୀରେ ପୁଅ ପରିବାରଠାରୁ ଦୂରେଇ ଯାଇଥିଲା । ଏପରିକି ଘରକୁ ସ୍ତ୍ରୀ ଓ ଶଳା ପୁଅକୁ ଛାଡ଼ୁନଥିଲେ । ପରିବାର ଲୋକଙ୍କ ସହ କଥା ହେଲେ କେସ୍‌ କରିବେ ବୋଲି ପୁଅକୁ ଧମକ୍‌ ଦେଉଥିଲେ । ବୋହୂ ଅପରାଜିତା ରାୟ ଓ ତାର ସାନ ଭାଇ ଉଭୟ ମିଶି ଅନେକ ସମୟରେ ମୋ ପୁଅକୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ।
ଗତକାଲି ମୋ ପୁଅ ମୃତୁ୍ୟ ହୋଇଯାଇଥିବା ନେଇ ୧ ଘଣ୍ଟା ପରେ ମୋ ସାନ ପୁଅକୁ ଖବର ଆସିଥିଲା । ପୁଅର ମୃତୁ୍ୟ ଖବର ପାଇବା ପରେ ପରିବାର ଲୋକେ ବ୍ୟବଚ୍ଛେଦ କେନ୍ଦ୍ର ବାହାରେ ଦେଖିବାକୁ ପହଞ୍ଚିଥିଲେ ହେଁ ଭାଇବୋହୂ ଓ ଶଳା ବିରୋଧ କରିଥିଲେ । ଏପରିକି ମୃତ ଶରୀରକୁ ଗାଁକୁ ନେବାକୁ କହିବାରୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଏହାସହ ମୃତ ଶରୀରକୁ ଜୋର ଜବରଦସ୍ତ ସଂସ୍କାର କରିବାକୁ ନେଇଗଲେ । ଅନ୍ୟପକ୍ଷରେ ପୁଲିସ କରିଥିବା ଅପମୃତୁ୍ୟ ମାମଲାରେ ଆଜିର ଏତାଲାକୁ ଯୋଡି ତଦନ୍ତ କରିବ । ଏହାସହ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତଦନ୍ତ ଆଗେଇବ ବୋଲି ମର୍କତନଗର ଥାନା ଆଇଆଇସି ସୂଚନା ଦେଇଛନ୍ତି । ସୂଚନା ଥାଉକି, ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ତଥା ଅତିରିକ୍ତ ଦୌରାଜଜ୍‌ ସୁବାସ କୁମାର ବିହାରୀ ଗତକାଲି ନିଜ ସରକାରୀ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ । ସିଡିଏ ସେକ୍ଟର ୯ ସ୍ଥିତ କ୍ୱାର୍ଟର୍ସରୁ ତାଙ୍କର ମୃତଦେହକୁ ସିଲିିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଜଣେ ବିଚାରପତି ଏଭଳି ଢଙ୍ଗରେ ଆତ୍ମହତ୍ୟା କରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପାରିପାଶ୍ୱର୍ିକ ସ୍ଥିତିରୁ ପୁଲିସ ପ୍ରାଥମିକ ଭାବେ ଏହା ଏକ ଆତ୍ମହତ୍ୟା ବୋଲି କହୁଛି । ଏଭଳି ଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ହୋଇ ନଥିଲେ ବି ପାରିବାରିକ ଅଶାନ୍ତି ହୁଏତ କାରଣ ହୋଇ ଥାଇପାରେ ବୋଲି ସନେ୍ଦହ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *