୨ ସପ୍ତାହରେ ୨ଟି ଲଘୁଚାପ!

ଭୁବନେଶ୍ୱର, ୨ା୯ (ବୁ୍ୟରୋ): ଆସୁଛି ଆଉ ୨ଟି ଲଘୁ·ପ! ଅ ।ସନ୍ତା ୨ ସପ୍ତାହ ମଧ୍ୟରେ ୨ ଲଘୁ·ପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଆସନ୍ତା ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ । ସେହିପରି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ୨ୟ ଲଘୁଚାପ ସୃଷ୍ଟି ହୋଇପାରେ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷେ, ଓଡ଼ିଶାରେ ଆସନ୍ତା ୫ ତାରିଖରୁ ବର୍ଷା ପରିମାଣ ବଢ଼ିପାରେ । ୫ ଯାଏଁ ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧିପାଇବା ସହ ଉପରବେଳା କାଳବୈଶାଖୀ ବର୍ଷା ହେବା ଆକଳନ କରାଯାଇଛି । ଆସନ୍ତାକାଲି ଅତର୍ଥାତ୍ ୩ ତାରିଖରେ ୨୦ ଜିଲ୍ଲା ଓ ୪ ତାରିଖରେ ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ରାୟଗଡ଼ା, କୋରାପୁଟ୍ ଓ ମାଲକାନାଗିରିକୁ ଏନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଉପରୋକ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ରେ ପ୍ରକାଶ ପାଇଛି ।
ସେହିପରି ଆସନ୍ତା ୪ ତାରିଖ ଦିନ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲା ଗୁଡ଼ିକ ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ଼ ଓ ବାଲେଶ୍ୱର ଥିବାବେଳେ ଏଠାରେ ବିଜୁଳି ଝଡ଼ଝଡ଼ି ସହ ବର୍ଷା ହେବା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୪ ଜିଲ୍ଲା ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବା ନେଇ ୱାଣ୍ଣିଂ ଜାରି ହୋଇଛି । ରାଜ୍ୟରେ ଏବେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିଛି । ପ୍ରଭାବରେ ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଉପକୂଳ ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଜାରି ରହିଛି । ଯାହାପାଇଁ କାଳବୈଶାଖୀ ନଜରକୁ ଆସୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *