‘ବିକ୍ରାନ୍ତ’ର ଶ୍ରେୟ ମୋଦି ଏକା ନେଇପାରିବେନି

ାା କଂଗ୍ରେସର ପ୍ରତିକ୍ରିୟା ।ା
ନୂଆଦିଲ୍ଲୀ (ଏଜେନ୍ସି): ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ବିମାନବାହୀ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରାନ୍ତ’କୁ ନେଇ ଏବେ ବିରୋଧୀ କଂଗ୍ରେସ ପ୍ରତିକ୍ରିୟାଶୀଳ ହୋଇପଡିଛି । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ଆଇଏନ୍ଏସ୍ ବିକ୍ରାନ୍ତ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାକୀ ଶ୍ରେୟ ନେଇପାରିବେ ନାହିଁ । ୧୯୯୯ରୁ ଦେଶରେ କ୍ଷମତାସୀନ ହୋଇଥିବା ସମସ୍ତ ସରକାର ଏଥିପାଇଁ ସମ୍ମିଳିତ ଉଦ୍ୟମ କରିଛନ୍ତି । ଅର୍ଥାତ୍ ବିକ୍ରାନ୍ତ’ ସମୂହ ସରକାରଙ୍କ ଉଦ୍ୟମର ପ୍ରତିଫଳନ । ଏଥିପାଇଁ କେବଳ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ସରକାରକୁ ଶ୍ରେୟ ଦିଆଯାଇପାରିବନି ।
ଏସମ୍ପର୍କରେ ଟ୍ୱିଟ୍ କରି ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରିବା ଛଳରେ ଏକ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ରମେଶ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କ’ଣ ସ୍ୱୀକାର କରିବେ ଯେ, ଆଇଏନ୍ଏସ୍ ବିକ୍ରାନ୍ତ କେବଳ ତାଙ୍କ ସରକାରଙ୍କ ଉପଲବ୍ଧି ନୁହେଁ ବରଂ ଦେଶର ପ୍ରତ୍ୟେକ ସରକାରଙ୍କ ସାମୂହିକ ପ୍ରୟାସର ପରିଣାମ ବୋଲି? ଏହି ଅବସରରେ ଜୟରାମ ରମେଶ ୧୯୭୧ରେ ପାକିସ୍ତାନ ବିପକ୍ଷ ଯୁଦ୍ଧରେ ମୂଳ ‘ବିକ୍ରାନ୍ତ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା କଥା କହିଛନ୍ତି । ଜୟରାମଙ୍କ କହିବାନୁସାରେ ଏହାକୁ ଇଂଲଣ୍ଡରୁ ଭାରତ ଆଣିବା ଦିଗରେ କୃଷ୍ଣା ମେନନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ୧୯୯ଠ ଶେଷ ଭାଗରେ ନୌସେନାରୁ ବିକ୍ରାନ୍ତକୁ ସେବାନିବୃତ କରାଯାଇଥିଲା । ସେହିପରି ୨ଠ୨୨, ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆଇଏନ୍ଏସ୍ ବିକ୍ରାନ୍ତର ଜଳାବତରଣ କରାଇଛନ୍ତି ତା’ର ଡିଜାଇନ୍ ଓ ନିର୍ମାଣ ପ୍ରସ୍ତାବକୁ ୨ଠଠ୩ରେ ମଞ୍ଜୁର କରାଯାଇଥିଲା । ୨ଠ୧୩ ଅଗଷ୍ଟ ୧୨ ତାରିଖ ଦିନ କୋଚିରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ପ୍ରକାଶ, ଶୁକ୍ରବାର ଦିନ କେରଳର କୋଚି ସିପ୍ୟାର୍ଡ ଠାରେ ଆଇଏନ୍ଏସ୍ ବିକ୍ରାନ୍ତର ଜଳାବତରଣ କରାଯାଇଛି । ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୁଦ୍ଧପୋତକୁ ଦେଶ ଉଦେ୍ଦଶ୍ୟରେ ସମର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍, ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍, ଏନ୍ଏସ୍ଏ ଅଜିତ୍ ଡୋଭାଲ ଓ ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ଥିଲେ । ସୂଚନାଯୋଗ୍ୟ ୨୬୨ ମିଟର ଲମ୍ବ, ୬୨ ମିଟର ଚଉଡା, ୫ଠ ମିଟର ଉଚ୍ଚତା ବିଶିଷ୍ଟ ଏହି ବିଶାଳ ଯୁଦ୍ଧପୋତରେ ପ୍ରାୟ ୨୪ଠଠ କମ୍ପାଟମେଣ୍ଟ, ୧୬ଠଠ କ୍ରୁ୍ୟ ସଦସ୍ୟ, ୧୬ ବେଡ୍ ବିଶିଷ୍ଟ ହସ୍ପିଟାଲ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିଛି । ଏହାର ନିର୍ମାଣରେ ୨ଠହଜାର କୋଟି ଟଙ୍କା ବ୍ୟୟ ହୋଇଥିବା ସରକାରୀସ୍ତରରେ କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *