ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗଣଧାରଣା

ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା
ପୁରୀ (ବୁ୍ୟରୋ): ସୂଚନା ଅଧିକାର କର୍ମୀ ସନ୍ତୋଷ ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇପାରିନି । ଫଳରେ ଉକ୍ତ ଘଟଣାକୁ ବିରୋଧ କରି ଶୁକ୍ରବାର ଓଡ଼ିଶା ସୂଚନା ଅଧିକାର ଅଭିଯାନ, ପୁରୀ ଜିଲ୍ଲା ଶାଖା ପକ୍ଷରୁ ସଦର ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହ ଗଣଧାରଣା ଦିଆଯାଇଥିଲା । ଏପରିକି ପୁଲିସର କାର୍ଯ୍ୟକୁ ବିରୋଧ କରି କର୍ମୀମାନେ ସ୍ଲୋଗାନମାନ ଦେଇଥିଲେ । ଉକ୍ତ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ଦାବି କରିଥିଲେ । ଧାରଣାସ୍ଥଳରେ ସଦର ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା ପହଞ୍ଚô ଧାରଣାରତ କର୍ମୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଥାନା ଅଧିକାରୀ ଶ୍ରୀ ବେହେରା ଖୁବ୍ଶୀଘ୍ର ଅର୍ଥାତ୍ ୩ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ସମୟରେ ଅବିନାଶ ମିଶ୍ର, ଦିବାକର ନାୟକଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଗତ ଅଗଷ୍ଟ ୨୮ ତାରିଖରେ ସଦର ଥାନା ଅନ୍ତର୍ଗତ ଛଇତନାରେ ସନ୍ତୋଷ ମହାନ୍ତି ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଫଳରେ ତାଙ୍କୁ ପୁଲିସ ଗୁରୁତର ଭାବେ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲା । ପରେ ଏନେଇ ସନ୍ତୋଷଙ୍କ ପତ୍ନୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଛାନ୍ଭିନ୍ ଜାରି ରଖିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *