କୋଇଲା ଖଣି କ୍ଷତିଗ୍ରସ୍ତଙ୍କ ଗଣଧାରଣା
ତାଳଚେର (ଆପ୍ର): ତାଳଚେର ବ୍ଲକ ଅନ୍ତର୍ଗତ ଗୋପାଳପ୍ରସାଦ ତୃତୀୟ ପର୍ଯ୍ୟାୟ ସମସ୍ତ ଜମିହରା ପ୍ରଜା ଗତ ତା ୨୩/୦୬/୨୦୨୨ ରିଖ ଦିନ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇ ହିଙ୍ଗୁଳା ଗ୍ରାମର ଥିବା କୋଇଲା ଖଣିରେ ନିଯୁକ୍ତି, ଥଇଥାନ, ଭିତିଭୂମି ଓ ଜମିର ଉଚିତ ମୂଲ୍ୟ ଉପରେ ଆଲୋଚନା କରାଯାଇ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ସମସ୍ତ ସମସ୍ୟା ସମାଧାନ କରିବା ନେଇ ଜିଲ୍ଳାପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ବୈଠକରେ ପ୍ରଶାସନ ପକ୍ଷରୁ ଉପଜିଲ୍ଳାପାଳ, ଭୂ-ଅର୍ଜନ ଅଧିକାରୀ ଏବଂ ଏମସିଏଲ ପକ୍ଷରୁ ଡାଇକ୍ଟର (ପରଶୋନାଲ) ଜିଏମ ଏଲଆଣ୍ଡ ଆର୍, ଜିଏମ ହିଙ୍ଗୁଳା ଏରିଆ ତଥା ଅନ୍ୟ ବରିଷ୍ଠ ଅଧିକାରୀ ଓ ହିଙ୍ଗୁଳା ଗ୍ରାମର ସଭ୍ୟମାନେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ଯାହା କିଛି ନିଷ୍ପତ୍ତି ହୋଇଥିଲା, ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନହେବାରୁ ଗ୍ରାମବାସୀମାନେ ଏହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ହିଙ୍ଗୁଳା ଜିଏମ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବନିଷ୍ପତିକ୍ରମେ ଆଜି ଗଣଧାରଣା ଦେଇଥିଲେ ।
ସେମାନଙ୍କ ନ୍ୟାଯ୍ୟଦାବି ଗୁଡ଼ିକ ହେଲା- ସମସ୍ତେ ଡିକ୍ଲାରେଶନ୍ ଆଫିଡ଼େଫିଟ୍ ଦେଇଥିଲେ ମଧ୍ୟ କଟକ ଡେଟ୍ ଡିକ୍ଲାରସନ୍ କରାଗଲା ନାହିଁ, ବର୍ତ୍ତମାନ ସୁଦ୍ଧା ·କିରୀର କୌଣସି ପ୍ରକାର ପଦକ୍ଷେପ ନିଆଗଲା ନାହିଁ । ଜମିର ଆରଏଫସିଟିଏଏଲ ଆରଆର ନିୟମ ଓ ସିବିଏ ନିୟମ ଅନୁଯାୟୀ ଯେଉଁଥିରେ ଜାଗାରର ମୂଲ୍ୟ ରାଶି ଅଧିକ ହେବ, ସେହି ମୂଲ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରାଗଲା ନାହିଁ, ଉକ୍ତ ଗ୍ରାମ ସହିତ ଏକାସଙ୍ଗେ ମଲ୍ଲୀବନ୍ଧ ଓ କୁଶୁମପାଳକୁ ଅଧିଗ୍ରହଣ ନୋଟିସ୍ ଜାରି କରାଯାଇଥିଲା । ଉପଜିଲ୍ଳାପାଳଙ୍କ ବୈଠକରେ ନିଷ୍ପତ୍ତି ହୋଇଥିଲା ଏକାସାଙ୍ଗେ ଆୱାର୍ଡ ଏବଂ ·କିରୀ ଦିଆଯିବ । କିନ୍ତୁ ସେହି ଗ୍ରାମ ଗୁଡ଼ିକର ୧୨/୧୨/୨୦୧୮ ପର୍ଯ୍ୟନ୍ତ ଯାହାସବୁ ଷ୍ଟ୍ରକଚର୍ ଥିଲା କୌଣସି ପ୍ରକାର ତଦନ୍ତ ନକରି, ସମସ୍ତ ପେମେଣ୍ଟ୍ କରାଗଲା । ମାତ୍ର ଆମ ଗ୍ରାମ ଏକାସାଙ୍ଗେ ଆୱାର୍ଡ଼ ହେଲା ନାହିଁ, ଏଣୁ ତାଙ୍କ ଦୁଇଟି ଗ୍ରାମକୁ ଯେଉଁ ଅନୁଯାୟୀ ଅଧିଗ୍ରହଣ କରାଗଲା ଆମ ଗ୍ରାମକୁ ମଧ୍ୟ ସେହି ଅନୁସାରେ ଅଧିଗ୍ରହଣ କରାଯାଇ ଆମର ସମସ୍ତ ପ୍ରକାର ସୁବିଧା ସୁଯୋଗ କରିବାକୁ ନେଇ ଆଜି ଗୋପାଳପ୍ରସାଦ ତୃତୀୟ ପର୍ଯ୍ୟାୟ ଗ୍ରାମ୍ୟ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଥିଲା ।
