ଜନ୍ମ କଲା ଝିଅକୁ ଅନ୍ୟ ହାତକୁ ଟେକିଦେଲା ମା’
ବାରିପଦା (ଆପ୍ର): ନାରୀ ଜନ୍ମ ଈଶ୍ୱରଙ୍କ ପ୍ରଦ ଏକ ଅମୂଲ୍ୟ ସୃଷ୍ଟି । ମହିଳା ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ଭଳି । ପ୍ରତ୍ୟେକ ସଫଳ ପୁୁରୁଷ ପଛରେ ଜଣେ ମହିଳାଙ୍କର ପ୍ରଚ୍ଛନ୍ନ ହାତ ରହିଥାଏ । ମୟୂରଭଞ୍ଜ ଜିଲ୍ଲାର କନ୍ୟା ଭାରତର ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥିବା କନ୍ୟା ସନ୍ତାନ ଏବେବି ଅଞ୍ଚଳରେ ଅଲୋଡ଼ା ହୋଇଛି । ଝିଅ ଜନ୍ମ ହୋଇଥିବାରୁ ଅନ୍ୟ ହାତକୁ ଟେକି ଦେଲା ଜନ୍ମ କଲା ମା’ । ଏମିତି ଏକ ଘଟଣା ଘଟିଛି ଉଦଳା ଡାକ୍ତରଖାନାରେ ।
ଉଦଳା ଥାନା ଅଧିନସ୍ଥ ତଳ ଖୁଣ୍ଟାପାଳ ଗ୍ରାମର ପବିତ୍ର ବେହେରାଙ୍କ ସ୍ତ୍ରୀ’ ପୁଷ୍ପଲତା ବେହେରା ପୂର୍ବରୁ ତିନି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପୁଷ୍ପଲତା ଉଦଳା ମେଡିକାଲ୍ରେ ପୁଣି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଶିଶୁ କନ୍ୟାକୁ ଜନ୍ମଦେଇ ଉଦଳା ମେଡିକାଲ୍ର ଶିଶୁ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଅଚାନକ ଗୁରୁବାର ସନ୍ଧ୍ୟାରେ କାହାରିକୁ କିଛି ନ ଜଣାଇ ଶିଶୁ କନ୍ୟାକୁ ନେଇ ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅଧିନସ୍ଥ ଡାହିସାହି ଗ୍ରାମର ବିରେନ୍ଦ୍ର ମଲ୍ଲିକ ଓ ତାଙ୍କର ପତ୍ନୀ ବନିତା ମଲ୍ଲିକଙ୍କ ହାତକୁ ଟେକି ଦେଇଥିଲେ । ଖୁଣ୍ଟାପାଳ ଗ୍ରାମର ଶ୍ୱଶୁର ଘରକୁ ଖାଲି ହାତରେ ପହଞ୍ଚି ମେଡିକାଲ୍ରୁ ତାଙ୍କ ପିଲାକୁ କିଏ ଚୋରି କରି ନେଇ ଯାଇଛି ବୋଲି କହିଥିଲେ । ଉଦଳା ମେଡିକାଲରୁ ପିଲା ଚୋରି ହେବା ଘଟଣା ଅଞ୍ଚଳରେ ପ୍ରଘଟ ହୋଇଥିଲା । ଘଟଣା ସମ୍ପର୍କରେ ପୁଷ୍ପଲତାଙ୍କ ଶ୍ୱଶୁର ଉଦଳା ଥାନାରେ ଅଭିଯୋଗ କରିଥିଲେ । ଉଦଳା ଥାନାଧିକାରୀ ନିରୋଜ କୁମାର ସାମଲ ତଦନ୍ତ କରିବା ପରେ ପୁଷ୍ପଲତା ମେଡିକାଲ୍ରୁ ଡିସଚାର୍ଜ ନ ହୋଇ ବେଡ୍ ଛାଡି ପଳାଇଛି ଜାଣିବାକୁ ପାଇଥିଲେ । ପୁଷ୍ପଲତାଙ୍କୁ ପଚାରିବାରୁ ପ୍ରଥମେ ମୁହଁ ଖୋଲି ନ ଥିବା ବେଳେ ପରେ ଶିଶୁ କନ୍ୟାକୁ ମା’ ଓ ଭିଣୋଇଙ୍କ ହାତରେ ଟେକି ଦେଇଥିବା ପ୍ରକାଶ କରିଥିଲେ । ଉଦଳା ପୁଲିସ ବରହମପୁର ପୁଲିସ ସହାୟତାରେ ବୀରେନ୍ଦ୍ରଙ୍କ ଘରୁ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ ।୍ୱା’ ଓ ଶିଶୁ ଏବେ ଉଦଳା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।