କେନ୍ଦ୍ର ଓ ୮ ରାଜ୍ୟକୁ ରିପୋର୍ଟ ତଲବ

ଖ୍ରୀଷ୍ଟିଆନ୍ ସଂସ୍ଥା ଉପରେ ଆକ୍ରମଣ ମାମଲା
ନୂଆଦିଲ୍ଲୀ, ୧ା୯: ଦେଶରେ ଖ୍ରୀଷ୍ଟିଆନ୍ମାନଙ୍କ ଉପରେ ଉତ୍ପୀଡ଼ନ, ବିଭିନ୍ନ ଖ୍ରୀଷ୍ଟୀୟ ସଂସ୍ଥାକୁ ଟାର୍ଗେଟ୍ କରାଯିବା ଆଦି ଅଭିଯୋଗ ସମ୍ବଳିତ ପିଟିସନ୍ର ଶୁଣାଣି କରି ସୁପି୍ରମ୍କୋର୍ଟ ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରାଳୟଠାରୁ ଏ ସମ୍ବନ୍ଧରେ ରିପୋର୍ଟ ତଲବ କରିଛନ୍ତି । ଚାରି ସପ୍ତାହ ଭିତରେ ବିସ୍ତୃତ ରିପୋର୍ଟ ଦାଖଲ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିଦେ୍ର୍ଦଶ ଦେଇଛନ୍ତି । ଏହାସହିତ ଓଡ଼ିଶା, ଉତ୍ତରପ୍ରଦେଶ, ହରିଆଣା, ବିହାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଏହି ୮ ରାଜ୍ୟରେ ଖ୍ରୀଷ୍ଟୀୟ ସମ୍ପ୍ରଦାୟ ବିରୋଧରେ ସାମ୍ପ୍ରଦାୟିକ ହିଂସା, ଗିରଫ ହୋଇଥିବା ଲୋକଙ୍କ ସଂଖ୍ୟା, କେତେ ଏତଲା ରୁଜୁ ହୋଇଛି ଏବଂ ତତ୍ ସମ୍ବନ୍ଧୀୟ ତଦନ୍ତର ପର୍ଯ୍ୟାୟ ସମ୍ବନ୍ଧରେ ତଥ୍ୟ ଜୁଟାଇବା ଲାଗି କୋର୍ଟ ଆଦେଶ ଦେଇଛନ୍ତି । ସମ୍ପୃକ୍ତ ୮ ରାଜ୍ୟର ମୁଖ୍ୟ ସଚିବମାନେ ଏସବୁର ବିବରଣୀ ୨ ମାସ ମଧ୍ୟରେ ସଂଗ୍ରହ କରିବେ ।
ବେଙ୍ଗଲୁରୁ ଡାଓସିସ୍ର ଆର୍କବିଶପ୍ ଡ. ପିଟର ମଚାଡୋଙ୍କ ପିଟିସନ୍ ଉପରେ ଗୁରୁବାର ଶୁଣାଣି ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୋର୍ଟରେ ସତ୍ୟପାଠ ମାଧ୍ୟମରେ କୁହାଯାଇଥିଲା ଯେ, ଖ୍ରୀଷ୍ଟୀୟ ସଂସ୍ଥାଗୁଡ଼ିକ ଉପରେ ଆକ୍ରମଣ ସମ୍ବନ୍ଧୀୟ ଅଭିଯୋଗ ଅମୂଳକ । ଆବେଦନରେ ଯେଉଁସବୁ ମିଡିଆ ରିପୋର୍ଟର ଉଦାହରଣ ଦିଆଯାଇଛି, ସେଥିରେ ତଥ୍ୟକୁ ବିଭ୍ରାନ୍ତିକର ଭାବେ ଉପସ୍ଥାପନ କରାଯାଇଛି ।
ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିମ୍ ହିମା କୋହଲିଙ୍କ ନ୍ୟାୟପୀଠରେ ମାମଲାର ଶୁଣାଣି ଚାଲିଛି । ନ୍ୟାୟପୀଠ କହିଛନ୍ତି, ଲୋକଙ୍କ ଉପରେ ଆକ୍ରମଣର ଅର୍ଥ ନୁହେଁ ଯେ ତାହାଦ୍ୱାରା ଗୋଟିଏ ସମ୍ପ୍ରଦାୟ ଉପରେ ଆକ୍ରମଣ କରାଗଲା । କିନ୍ତୁ ଜନସ୍ୱାର୍ଥ ମାମଲାରେ ଏଭଳି ଯେକୌଣସି ଅଭିଯୋଗର ସତ୍ୟାସତ୍ୟ ନିରୂପଣ ଜରୁରୀ ବୋଲି ଦର୍ଶାଯାଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହଟା ନ୍ୟାୟପୀଠଙ୍କୁ ଜଣାଇଥିଲେ ଯେ, ତଥାକଥିତ ଅଧିକାଂଶ ମାମଲା ମିଥ୍ୟା ଏବଂ ୱେବ୍ ପୋର୍ଟାଲ୍ରେ ପ୍ରକାଶିତ ଲେଖା ଉପରେ ଆଧାରିତ । ତେଣୁ ଏଭଳି ପିଟିସନ୍ ଉପରେ କୋର୍ଟ ଆଦେଶ ନ ଦେବା ଉଚିତ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *