ବଡ଼ ଦୁର୍ଘଟଣାରୁ ବର୍ତ୍ତିବା ପ୍ରସ୍ତୁତି

କ୍ୟାପିଟାଲ ହସ୍ପିଟାଲ୍ରେ ଅଗ୍ନିଶମ ବାହିନୀର ମକ୍ଡ୍ରିଲ୍
ଭୁବନେଶ୍ୱର (ବୁ୍ୟରୋ): ବଡ଼ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି କରିଛି ଅଗ୍ନିଶନ ବାହିନୀ । ଏହି ପରିପ୍ରେକ୍ଷୀରେ ରାଜଧାନୀ କ୍ୟାପିଟାଲ ହସ୍ପିଟାଲ ପରିସରରେ ଗୁରୁବାର ଅଗ୍ନିଶମ ବାହିନୀ ପକ୍ଷରୁ ମକଡ୍ରିଲ୍ କରାଯାଇଛି । ଅଗ୍ନିକାଣ୍ଡ ସମୟରେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ ଏହି ମକଡ୍ରିଲ କରାଯାଇଥିବାବେଳେ ଜିରୋ କାଜୁଆଲିଟି ଏବଂ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ଉପରେ ଗୁରୁତ୍ୱ ଦିଆଯାଇଛି । ମକ୍ଡ୍ରିଲ୍ରେ ସ୍କାଏ ଲିଫ୍ଟ ଜରିଆରେ କିଭଳି ଲୋକଙ୍କୁ ଉଦ୍ଧାର କରାଯିବ ସେନେଇ ଅଗ୍ନିଶମ କର୍ମଚାରୀ ଡେମୋ ଦେଖାଇଛନ୍ତି । କ୍ୟାପିଟାଲ ହସ୍ପିଟାଲର କର୍ମଚାରୀଙ୍କୁ ମଧ୍ୟ ଏନେଇ ତାଲିମ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *