ପ୍ରଶାସନକୁ ଦୃଷ୍ଟି ଦେବାକୁ ଦାବି
ଅବହେଳିତ ଅବସ୍ଥାରେ ଚଣ୍ଡିଖୋଲ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ
ବଡ଼ଚଣା(ଆପ୍ର): ରାଜ୍ୟସରକାର ଶିକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟଗୁଡିକୁ ୫-ଟି ଯୋଜନାରେ ସାମିଲ କରି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍କୁଲର ର୍ଭିତ୍ତିଭୂମିର ଉନ୍ନତି କରୁଥିବା ବେଳେ ଆଉ କେତେକ ସ୍କୁଲ ସରକାରଙ୍କ ଅଣଆଢୁଆଳରେ ରହିଯାଉଛି । ସେଥିମଧ୍ୟର ଯାଜପୁର ଜିଲ୍ଲା ବଡ଼ଚଣା ଶିକ୍ଷାମଣ୍ଡଳୀ ଅଧୀନ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ଦୀର୍ଘ ୧୩ ବର୍ଷ ଧରି ସ୍କୁଲଟି କେବଳ ଦୁଇଘରରେ ସୀମିତ ରହିଯାଇଛି । ସ୍କୁଲର ପାଚେରି ନାହିଁ କି ସ୍କୁଲକୁ ଯିବା ପାଇଁ ରାସ୍ତା ନାହିଁ । ସ୍କୁଲର ଚାରିପଟେ ଅପରିଷ୍କାର ଓ କୁଢ଼କୁଢ ÿଅଳିଆ ପଡିଛି । ପୁରା ପରିବେଶ ଦୁର୍ଗନ୍ଧରେ ଫାଟିପଡୁଥିବା ବେଳେ ପିଲାମାନେ ସ୍କୁଲ ଯିବାପାଇଁ ଅମଙ୍ଗହେଉଛନ୍ତି ।
କିଛି ଅବିଭାବକ ବାଧ୍ୟ ହୋଇ ଏହିଭଳି ଅଶ୍ୱାସ୍ଥକର ପରିବେଶରୁ ନିଜ ପିଲାମାନଙ୍କ ଦୂରେଇ ନେଇ ବେସରକାରୀ ସ୍କୁଲରେ ପଢାଉଛନ୍ତି । ଏହି ସ୍କୁଲ ପ୍ରତି ନା ପ୍ରଶାସନ, ନା ଶିକ୍ଷାବିଭାଗ ନା ସ୍କୁଲରେ ଚାକିରୀ କରୁଥିବା ଶିକ୍ଷକଶିକ୍ଷୟତ୍ରୀଙ୍କ ନିଘାଅଛି । ଏ ବିଷୟରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ପଚାରିବାରୁ ସେ କଣ କରିବେ କୋହାକୁ କହିଲେ କିଛି ସୁଣୁ ନାହାନ୍ତି କହିଥିଲେ । ଏହିପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପ୍ରିତମ ନାୟକ କହିଛନ୍ତି ଯେ, ଏହି ସ୍କୁଲ ପ୍ରତି ଶିକ୍ଷା ବିଭାଗର ଦୃଷ୍ଟିନାହିଁ । ଏହାଦ୍ୱାରା କିଛି ପିଲାଙ୍କ ଭବିଷ୍ୟତ ନଷ୍ଟ କରା ନ ଯାଉ ବେଲି କହିଛନ୍ତି । ସ୍କୁଲ ପ୍ରତି ହେଉଥିବା ଅଣଦେଖାକୁ ବୁଦ୍ଧିଜୀବୀ ମହଲରୁ ନାପସନ୍ଦକରାଯାଇଛି । ତେଣୁ ଜିଲ୍ଲାପ୍ରଶାସନ ଓ ଶିକ୍ଷାବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ସ୍କୁଲରେ ସୁଧାରଆଣି ବାକୁ ସାଧାରଣରେ ଦାବି ହୋଇଛି ।