୬ରେ ଭବ୍ୟ ସ୍ୱାଗତ

ଦିଲ୍ଲୀ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ ଛାତ୍ର ଓ ଯୁବ ବିଜେଡି
ଭୁବନେଶ୍ୱର (ବୁ୍ୟରୋ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ୬ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରିବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ପ୍ରାୟ ୫୦-୬୦ହଜାର କର୍ମୀଙ୍କୁ ଏକଜୁଟ କରି ବିଶାଳ ଶୋଭାଯାତ୍ରାରେ ନବୀନଙ୍କୁ ବିମାନ ବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନେବାକୁ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ନୂଆଦିଲ୍ଲୀରେ ନବୀନଙ୍କୁ ଆସନ୍ତା ୪ତାରିଖରେ ନୂଆଦିଲ୍ଲୀଠାରେ “ଲାଇଫ୍ଟାଇମ୍ ଆର୍ଚିଭ୍ମେଣ୍ଟ୍ ଆୱାର୍ଡ’ରେ ସମ୍ମାନିତ କରାଯିବ । ୨୦୧୮ ଜାନୁୟାରୀ ମାସରେ ପୁଣେସ୍ଥିତ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ନବୀନଙ୍କୁ “ନଂ୧ ମୁଖ୍ୟମନ୍ତ୍ରୀ’ ଭାବେ ସମ୍ବର୍ଦ୍ଧିତ କରାଯିବା ପରେ ବିଜେଡି ପକ୍ଷରୁ ଯେଭଳି ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା, ଅନୁରୂପ କାର୍ଯ୍ୟକ୍ରମ ଆସନ୍ତା ୬ତାରିଖରେ ଦିଲ୍ଲୀରୁ ଫେରିବା ପରେ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ସୂଚନା ଅନୁସାରେ, ବେସରକାରୀ ସଂଗଠନ “କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ୪ତାରିଖରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହି ସମାବେଶରେ ଯୋଗ ଦେବାକୁ ଛାତ୍ର ଓ ଯୁବ ବିଜେଡି କର୍ମକର୍ତ୍ତା ଦିଲ୍ଲୀ ଯିବେ । ଏପରିକି ଦଳ ପକ୍ଷରୁ ୫ଜଣ ବିଧାୟକଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ସେମାନଙ୍କୁ ଦିଲ୍ଲୀରେ ଡେରା ପକାଇବାକୁ କୁହାଯାଇଛି । ନବୀନଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ସେଠାରେ ପ୍ରାୟ ୫ରୁ ୧୦ହଜାର ଓଡ଼ିଆ ଲୋକଙ୍କୁ ଏକଜୁଟ କରି ନବୀନଙ୍କୁ ସ୍ୱାଗତ କରାଯିବାର ଯୋଜନା ରହିଛି । ଦଳର ବିଭିନ୍ନ ଛାମୁଆ ସଙ୍ଗଠନ ଯଥା ଯୁବ, ଛାତ୍ର, ମହିଳା ୱିଙ୍ଗ୍ କର୍ମକର୍ତ୍ତାଙ୍କ ସମେତ ବିଧାୟକ, ସାଂସଦ ଓ ଜିଲ୍ଲାଗୁଡ଼ିକରୁ ଆଗଧାଡ଼ିର ନେତାମାନଙ୍କୁ ଦିଲ୍ଲୀ ଯିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୬ତାରିଖରେ ନିଜର ଦିଲ୍ଲୀ ଗସ୍ତ ଶେଷ କରି ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଥିବାରୁ ଦଳ ପକ୍ଷରୁ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯିବ । ନବୀନଙ୍କୁ ସ୍ୱାଗତ କରିବା ନିମନ୍ତେ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ନୟାଗଡ଼ ଆଦି ଜିଲ୍ଲାରୁ କର୍ମୀଙ୍କୁ ବିମାନ ବନ୍ଦରକୁ ଅଣାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *