ଆଣ୍ଠୁଏ କାଦୁଅରେ ସ୍କୁଲ୍ ଯାଉଛନ୍ତି ପିଲା
ାା ବିଦ୍ୟାଳୟକୁ ରାସ୍ତା ନାହିଁ ।ା
ତିହିଡ଼ି (ଆପ୍ର): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅଧୀନ ବାହାବଳପୁର ପଞ୍ଚାୟତର କୁବେରପୁର ଗ୍ରାମର ଛାତ୍ରଛାତ୍ରୀ ଆଣ୍ଠିଏ କାଦୁଅରେ ବିଦ୍ୟାଳୟ ଯାଉଛନ୍ତି । ଏହା ବିଶ୍ୱାସ ନ ହେଲେ ବି ସତ । ଖରାଦିନେ ଶୁଖିଲା ବିଲରେ ପିଲାମାନେ ବିଦ୍ୟାଳୟରେ ପହଞ୍ଚôଯାଉଥିବା ବେଳେ ଏବେ ବିଲରେ କାଦୁଅ ଓ ପାଣି ଭର୍ତ୍ତି । ଧାନ ଚାଷ ବି ହୋଇଛି ।
ଗ୍ରାମର ପିଲାମାନେ ଗ୍ରାମ ମୁଣ୍ଡରେ ଅବସ୍ଥିତ ନନ୍ଦକନ୍ଦର୍ପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ଯାଇଥା’ନ୍ତି । ପାଖ ଗ୍ରାମ ଉଗାଳପୁରେ ମଧ୍ୟ ରହିଛି ଅଙ୍ଗନବାଡ଼ି କେନ୍ଦ୍ର । ବିଦ୍ୟାଳୟ ବା ଅଙ୍ଗନବାଡ଼ି ଯିବା ପାଇଁ ବହୁ ପୂର୍ବରୁ ନାଲିମାଟି ରାସ୍ତାଟିଏ ଥିଲ । ତେବେ ମରାମତି ଅଭାବରୁ ଏହି ରାସ୍ତା ବହୁ ସ୍ଥାନରେ ଖାଇ ଯାଇ କେତେକ ସ୍ଥାନରେ ଧାନ ବିଲରେ ମିଶିଯାଇଛି । ପିଲାମାନେ ସଂପୂର୍ଣ୍ଣ ଭାବେ ଆଣ୍ଠିଏ ପାଣି କାଦୁଅରେ ବିଦ୍ୟାଳୟକୁ ଆସୁଛନ୍ତି । ଏହା ଫଳରେ ବହୁ ପିଲା ଜ୍ୱର ଥଣ୍ଡାରେ ଆକ୍ରାନ୍ତ ହେଉଛନ୍ତି । ପାଦକୁ ଗେଣ୍ଡା କାଟିଦେବା ଫଳରେ କେତେକ ପିଲା ଆହତ ହୋଇ ବିଦ୍ୟାଳୟକୁ ଆସିବା ବନ୍ଦ କରି ଦେଉଛନ୍ତି । ବର୍ଷାଦିନେ ସର୍ପ ଦଂଶନର ମଧ୍ୟ ଭୟ ରହିଛି ।