ନୂଅାଁଖାଇ: ପଶ୍ଚିମ ଉତ୍ସବମୁଖର

ସମ୍ବଲପୁର (ଆପ୍ର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ହର୍ଷୋଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ନୂଆଁଖାଇ ପାଇଁ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଇତ୍ୟାଦି ଜିଲ୍ଲାର ପୁରପଲ୍ଲୀ ଉତ୍ସବମୁଖର ହୋଇ ଉଠିଛି । ନିର୍ଦ୍ଧାରିତ ସମୟରେ ପୂର୍ବାହ୍ନ ୧୦.୫୬ ରୁ ୧୧.୧୦ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ସମ୍ବଲପୁର ଜିଲ୍ଲାର ଜନସାଧାରଣ ନବାନ୍ନ ଭକ୍ଷଣ କରିଥିଲେ । ଏହି ଅବସରରେ ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମାଙ୍କ ମନ୍ଦିର । ମଧ୍ୟାହ୍ନ ୧୨ଟା ୩୦ ପରେ ସମଲେଶ୍ୱରଙ୍କ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ ।
ଏହା ପରେ ଘରେ ଘରେ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଲାଗି କରି ନବାନ୍ନ ଭକ୍ଷଣ କରାଯାଇଛି । ପରିବାରର କନିଷ୍ଠ ସଦସ୍ୟମାନେ ମୁରବୀମାନଙ୍କୁ ନୂଆଁଖାଇ ଜୁହାର ଜଣାଇଥିଲେ । ଏହାପରେ ନୂଅାଁଖାଇ ଭେଟ୍ଘଶଟ୍ ଆରମ୍ଭ ହୋଇଥିଲା । ନବାନ୍ନ ଭକ୍ଷଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସକାଳୁ ରାତି ପର୍ଯ୍ୟନ୍ତ ଜିଲ୍ଲା ବିଭିନ୍ନ ସ୍ଥାନରେ ନୃତ୍ୟଗୀତର ଆସର ସହିତ ନୂଆଁଖାଇ ଭେଟ୍ଘାଟ୍ ଚାଲିଥିଲା ।
ବୁଧବାର ନିଶାର୍ଦ୍ଧ ପରେ ଓ ଗୁରୁବାର ପାହାନ୍ତା ପୂର୍ବରୁ ବରଗଡ଼ର ମାା’ସମଲେଇଙ୍କ ପୀଠରେ ଲାଗି ହୋଇଛି ନବାନ୍ନ । ମାହେନ୍ଦ୍ର ବେଳାରେ ଦିନ ୧୦.୩୩ ରୁ ୧୧.୦୮ ମଧ୍ୟରେ ପଶ୍ଚିମ ଓଡ଼ିଶାବାସୀ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଲାଗି କରିବା ସହ ନବାନ୍ନ ଭକ୍ଷଣ କରିଛନ୍ତି ।
କଳାହାଣ୍ଡିରେ ଆୟୋଜିତ ହୋଇଛି ନୂଆଁଖାଇ ପର୍ବ । ଜୁନାଗଡ଼ ସହରରେ ଥିବା ଦଧିବାମନ ମନ୍ଦିରରେ ନବାନ୍ନ ଲାଗି ହେବା ପରେ ଲୋକେ ନବାନ୍ନ ଭକ୍ଷଣ କରିଛନ୍ତି । ସୋନପୁର ଗଡଜାତରେ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ପାଖରେ ଲାଗି ହୋଇଛି ନାନାଦି ଭୋଗ । ଏହି ଭୋଗ ପାହୁର ଯାତ୍ରାରେ ଯାଇ ଅଷ୍ଟଚଣ୍ଡୀଙ୍କ ପାଖରେ ଲାଗି ହୋଇଛି । ମା’ ସମଲେଇଙ୍କ ମନ୍ଦିରରେ ପାହୁର ପ୍ରସ୍ତୁତ ହୋଇ ସମସ୍ତ ଦେବୀଙ୍କ ପାଖରେ ଲାଗି ହେଲା ପରେ ସୋନପୁରବାସୀ ନବାନ୍ନ ଭକ୍ଷଣ କରିଛନ୍ତି । ବୌଦ୍ଧରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ନୂଆଁଖାଇ । ପ୍ରଥମେ ଇଷ୍ଟଦେବୀ ମା’ ଭୈରବୀଙ୍କ ନିକଟରେ ଦିନ ସାଢ଼େ ୧୧ଟାରେ ନବାନ୍ନ ଲାଗି ହେବା ପରେ ଅଞ୍ଚଳବାସୀ ନୂଆ ଖାଇଛନ୍ତି । ଏହାସହ ଭୈରବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।
ସେହିପରି ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ନିକଟରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହୋଇଛି । ଆଦିବାସୀ ପରମ୍ପରା ମଧ୍ୟରେ ଗାଁରେ ଥିବା ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ କୁରେଇ ପତ୍ରରେ ନବାନ୍ନ ଭକ୍ଷଣ କରିଛନ୍ତିି ଲୋକେ । ଦୁଇବର୍ଷ ହେଲା କରୋନା କାରଣରୁ ନୂଆଁଖାଇ ଉତ୍ସବ ଫିକା ପଡ଼ିଥିଲା । କଟକଣା ହଟିଥିବାରୁ ଏଥର ବେଶ୍ ଧୁମ୍ଧାମ୍ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳିତ ହୋଇଛି । ଦୂରଦୁରାନ୍ତରେ ଥିବା ଲୋକେ ନୂଆଁଖାଇରେ ଘରକୁ ଫେରି ପରିବାର ସହ ଏକାଠି ନବାନ୍ନ ଭକ୍ଷଣ କରିଛନ୍ତି । ସମ୍ବଲପୁର ଜିଲ୍ଲାର କିଛି ଅଞ୍ଚଳରେ ମାସେ ପର୍ଯ୍ୟନ୍ତ ନ୍ଆଁଖାଇ ଭେଟ ·ଲିଥାଏ । ରେଢ଼ାଖୋଲ, ଜୁଜୁମୁରାର ଡଙ୍ଗାଯୋରର ୭ଶହ ପରିବାର ଗାଁ ମୁଣ୍ଡ ଗଛମୂଳେ ଏକାଠି ନବାନ୍ନ ଭକ୍ଷଣ କରି ଉଦାହରଣ ସୃଷ୍ଟିକରିଛନ୍ତି । ମାନେଶ୍ୱର, କୁଡାପଡାର ୫ଶହ ପରିବାର ଏକାଠି ନୂଆଁଖାଇ ପାଳନ କରିଛନ୍ତି । କୁଚିଣ୍ଡାର ମା’ ସମଲେଇ ମନ୍ଦିରରେ ଭିଡ଼ ପରିଲକ୍ଷିତ ହୋଇଛି ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *