ମେଗା ଡ୍ରେନେଜ୍ ପ୍ରକଳ୍ପ କୁଆଡ଼େ ଗଲା

ଭୁବନେଶ୍ୱର (ବୁ୍ୟରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ସ୍ୱାୟତ ଶାସନ ଦିବସ ନୁହେଁ କଳା ଦିବସ ପାଳନ କରୁ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ପ୍ରକାଶ ପାଇଛି । ବିଏମ୍ସି ଅଫିସ ସାମ୍ନାରେ ଜିଲ୍ଲା ବିଜେପି ଧାରଣା ଦେଇଥିବାବେଳେ ରାଜଧାନୀବାସୀଙ୍କୁ ବିଏମ୍ସି ମୌଳିକ ସୁବିଧା ଦେବାରେ ଅସଫଳ ବୋଲି ଅଭିଯୋଗ ପ୍ରକାା ପାଇଛି । ୫ ମୁଖ୍ୟ ପ୍ରସଙ୍ଗକୁ ନେଇ ବିଜେପି ବିଏମ୍ସିକୁ ଟାର୍ଗେଟ କରିଛି । ରାଜଧାନୀରେ ଅଳିଆ ହଟୁନି, ଡ୍ରେନେଜ ଅବ୍ୟବସ୍ଥା, ଡେଙ୍ଗୁ ସମସ୍ୟା, ବର୍ଷା ପାଣିରେ ଜଳବନ୍ଦୀ, ରାସ୍ତା ଘାଟରେ ଖାଲଖମା ଏସବୁ ନେଇ ବିଜେପିନେତା ଓ କର୍ମୀ ଧାରଣା ଦେଇଛନ୍ତି ।
ସୂଚନାଥାଉ କି, ସ୍ୱାୟତ ଶାସନ ଦିବସରେ ବିଏମସି ବଡ଼ ବଡ଼ ଯୋଜନା ଓ ପ୍ରକଳ୍ପ ହାତକୁ ନେଇଛି । ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ କରିବାକୁ ହେଲେ ବିଭିନ୍ନ ସମୟରେ ଶାସକ ଦଳର ନେତା କହିଛନ୍ତି ସହଭାଗିତା ଦରକାର । ତେବେ ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ନୂଆ ପ୍ରକଳ୍ପ ଶୁଭାରମ୍ଭ ସମୟରେ ନିମନ୍ତ୍ରଣ ପତ୍ରରେ କାହିଁକି ଭୁବନେଶ୍ୱର ସାଂସଦକୁ ଡକା ଯାଇନାହିଁ ତାକୁ ନେଇ ବାବୁ ସିଂ ପ୍ରଶ୍ନ ଉଠାଇଛନ୍ତି । ବାରମ୍ବାର ଧାରଣା, ବିକ୍ଷୋଭ ପରେ ବି କୌଣସି ସୁଫଳ ହେଉନାହିଁ । ଆଗାମୀ ଦିନରେ ଭୁବନେଶ୍ୱରବାସୀଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚôତ କଲେ ରାଜରାସ୍ତାରେ ବଡ଼ ଆନେ୍ଦାଳନ ହେବ ବୋଲି ବିଜେପି ଚେତାବନୀ ଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *