କାର୍, ପିସ୍ତଲ ଓ ଲକ୍ଷାଧିକ ଟଙ୍କା ଜବତ, ୬ ଗିରଫ

ାା ଛେଳି ବେପାରୀଙ୍କୁ ଲୁଟ୍ ।ା
ବାରିପଦା (ଆପ୍ର): ଦିନକୁ ଦିନ ମୟୂରଭଞ୍ଜ ଜିଲ୍ଲାରେ ଲୁଟ, ରାହାଜାନୀ ବୃଦ୍ଧି ପାଇବାୋର ଲାଗିଛି । ପୁଲିସ ଆଖିରେ ଧୂଳି ଦେଇ ଲୁଟ୍ତରାଜ ଚଳାଇଛନ୍ତି ଲୁଟେରା । ୩ ଜଣ ଛେଳି-ଖାସି ବ୍ୟବସାୟୀଙ୍କୁ ଅଟକାଇ ସେମାନଙ୍କଠାରୁ ଟଙ୍କା ଲୁଟିନେଇ ଫେରାର ୬ ଜଣ ଡକାୟତଙ୍କୁ ମଙ୍ଗଳବାର ରାତି ୩ଟାରେ ରାସଗୋବିନ୍ଦପୁର ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସାଗର କୁମାର ଭୋଇ, ର୍ମିଜା ମୁକ୍ତାର ବେଗ, ର୍ମିଜା ହାମଶୋର ବେଗ, ସନ୍ତୋଷ ସେଠି, ଲିଙ୍ଗରାଜ ମହାନ୍ତି, ତୁଷାର କୁମାର ଦାସ । ଏମାନେ ସବୁ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି । ଏମାନଙ୍କ ନିକଟରୁ ୧ ଲକ୍ଷ ୧ ହଜାର ୮ ଶହ ତିରିଶ ଟଙ୍କା, ଗୋଟିଏ ହୋଣ୍ଡାସିଟି କାର୍, ୩ି ମୋବାଇଲ, ତିନୋଟି ଦେଶୀ ପିସ୍ତଲ ଓ ଗୁଳି ସହ ମାରଣାସ୍ତ୍ର ଜବତ କରାଯାଇଛି । ପୂର୍ବରୁ ଏମାନଙ୍କ ନାମରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନାରେ କେଶ ଥିବା ଜଣାପଡ଼ିଛି । ରାସଗୋବିନ୍ଦପୁର ପୁଲିସ ଏମାନଙ୍କ ନାମରେ ୧୯୨/୨୨ରେ ମାମଲା ରୁୂଜୁ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବେତନଟୀ ଏସ୍ଡିପିଓ ସୁଦର୍ଶନ ଦାସ ।
ବାରିପଦା ଉପଖଣ୍ଡର ରାସଗୋବିନ୍ଦପୁର ବିମାନ ଅବତରଣ କେନ୍ଦ୍ରର ଫିଲଡରେ ଏହି ଡକାୟତି ଘଟଣା ଘଟିଥଲା । ଭୁବନେଶ୍ୱର ଅଞ୍ଚଳର ତିନି ଜଣ ବ୍ୟବସାୟୀ କଲିକତାରୁ ଗତରାତିରେ ରାସଗୋବିନ୍ଦପୁର ବାଟଦେଇ ଭୁବନେଶ୍ୱର ଫେରୁଥିଲେ । ୬ ଡକାୟତ ବ୍ୟବସାୟଙ୍କୁ ପିସ୍ତଲ ମୁନ୍ରେ ଧମକଦେଇ ଟଙ୍କା ଲୁଟି ନେଇଥିଲେ । ପାଟ୍ରୋଲିଂ ପୁଲିସକୁ ଦେଖ୍ ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପରେ ପୁଲିସ୍ ଟିମ୍ ଡକାୟତଙ୍କୁ ଗୋଡ଼ାଇ ବାଲେଶ୍ୱର ଜିଲ୍ଲା ଅମର୍ଦା ରୋଡ୍ ନିକଟରୁ ଗିରଫ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *