ନୂଆରୂପରେ ଝଲସିବ ସାକ୍ଷୀଗୋପାଳ ମନ୍ଦିର

ପୁରୀ/ସାକ୍ଷୀଗୋପାଳ (ବୁ୍ୟରୋ): ଶ୍ରୀମନ୍ଦିର ଭଳି ପୁରାତନ ସାକ୍ଷୀଗୋପାଳ ମନ୍ଦିର ନୂଆରୂପରେ ଝଲସିବ । ଖୁବ୍ଶୀଘ୍ର ବିକାଶ କାର୍ଯ୍ୟ ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଗୁରୁବାର ଘୋଷଣା କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଶ୍ରୀ ବର୍ମା ଗୁରୁବାର ସତ୍ୟବାଦୀର ସାକ୍ଷୀଗୋପୀନାଥ ମନ୍ଦିରକୁ ଗସ୍ତ କରି ମନ୍ଦିର ସମେତ ଚତୁଃପାଶ୍ୱର୍ ଅଞ୍ଚଳକୁ ବୁଲି ଦେଖିଛନ୍ତି । ଯେଭଳି ଭାବେ ମନ୍ଦିର ସମେତ ଚତୁଃପାଶ୍ୱର୍କୁ ନୂତନ ରୂପ ଦିଆଯିବ ସେନେଇ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି । ବିଶେଷ ଭାବରେ ସାକ୍ଷୀଗୋପୀନାଥ ମନ୍ଦିର ଠାରୁ ଚନ୍ଦନ ପୋଖରୀ ଏବଂ ମନ୍ଦିର ଚତୁର୍ପାଶ୍ୱର୍ର ଉନ୍ନତୀକରଣ କରାଯିବ ।
ସେହିଭଳି ସାକ୍ଷୀଗୋପାଳର ସ୍ମୃତି ଐତିହାସିକ ବକୁଳବନ, ପଞ୍ଚଶଖା ସ୍ମୃତି ପାଠାଗାର, ଖେଳପଡ଼ିଆ ସିଦ୍ଧବକୁଳ ପୀଠର ମଧ୍ୟ ବିକାଶ କରାଯିବ । ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ପ୍ରକଳ୍ପର ରୂପରେଖ ଅନୁଧ୍ୟାନ କରି କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ସେବାୟତମାନଙ୍କ ସହ ଏକ ବୈଠକରେ ସହମତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ସେବାୟତ ପରିବାର ଓ ବ୍ୟବସାୟୀଙ୍କୁ ଥଇଥାନ କରାଯିବ । ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଐତିହ୍ୟ ବକୁଳବନକୁ ନୂଆରୂପ ଦିଆଯିବ । ଯେଭଳି ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଐତିହ୍ୟର ସ୍ମୃତିକୁ ସାଉଁଟିବେ, ସେହିପରି ବକୁଳବନ ପରିସରରେ ମଧ୍ୟ ବଣଭୋଜି କରି ପର୍ଯ୍ୟଟକମାନେ ମଜା ନେବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଛି ।
ପ୍ରକଳ୍ପ କାର୍ଯ୍ୟକୁ ଅଗ୍ରଗତି କରିବା ଲାଗି ଜିଲ୍ଲାପାଳ ଶ୍ରୀ ବର୍ମା ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ସମୟରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ତହସିଲ୍ଦାର୍ ଜୟନ୍ତ କୁମାର ଜୟସିଂ, ଡେପୁଟି କଲେକ୍ଟର କ୍ଷୀରୋଦ କୁମାର ବେହେରା, ଓଡ଼ିଶା ସେତୁ ନିର୍ମାଣ ନିଗମ ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ି, ସହକାରୀ ନିର୍ବାହୀଯନ୍ତ୍ରୀ ଗିରିଜା ଶଙ୍କର ନାୟକ, ସେବାୟତ ସଙ୍ଘ ସମ୍ପାଦକ ବିଜୟ କୁମାର ନନ୍ଦ ଓ କର୍ମକର୍ତ୍ତା, ବରିଷ୍ଠ ସେବାୟତ କିଶୋର ଚନ୍ଦ୍ର ମହାପାତ୍ର, ମନ୍ଦିର ସୁପର୍ଭାଇଜର୍ ବିଶ୍ୱନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *