ନିମ୍ନମାନର ବି୍ରଜ୍ କାମ: ସମ୍ପୂର୍ଣ୍ଣ ଭୁଶୁଡ଼ିଲା ସାଇଡ୍ୱାଲ

କଣ୍ଟାପଡା (ଆପ୍ର) : ଦେବୀକନ୍ଦଳ ଦ୍ୱୀପାଞ୍ଚଳ ଅନ୍ତର୍ଗତ ରାଣୀଓଳା ପଞ୍ଚାୟତର ପଦାତିରା ଗ୍ରାମର ଛିଣ୍ଡା ନଦୀରେ ନିର୍ମାଣ ସରିଥିବା ବିଜୁସେତୁର ସାଇଡୱାଲ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଏହି ସେତୁଟିର କାମ ସମ୍ପୂର୍ଣ୍ଣ ସରିଥିଲେ ମଧ୍ୟ ଉଦ୍ଘାଟନ ହୋଇନଥିଲା । ଏହାକୁ ନିଆଳି ବିଧାୟକ ଡଃ ପ୍ରମୋଦ କୁମାର ମଲ୍ଲିକ ଏବଂ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ତା ୩୧.୦୧.୨୦୨୧ରେ ଶୁଭ ଦେଇଥିଲେ । ଏହି କାମଟିକୁ ଠିକାଦାର ଅତ୍ୟନ୍ତ ନିମ୍ନମାନର କରିଥିବାରୁ ଏହାର ସାଇଡୱାଲ ଭୁଶୁଡି ପଡିଲା ବୋଲି ସ୍ଥାନୀୟ ଅଞ୍ଚଳବାସୀମାନେ ଅଭିଯୋଗ କରିଛନ୍ତି । ସଂପୃକ୍ତ ଜେଇ ମୋଟା ଅଙ୍କର ଅର୍ଥନେଇ ଏଭଳି ନିମ୍ନମାନର କାମକୁ ପ୍ରଶ୍ରୟ ଦେଇଥିଲେ ବୋଲି ଆଜି ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଥାଉ କି ଏହି ପୋଲଟିକୁ ସଂପୃକ୍ତ ଠିକାଦାର ସ୍ଥାନୀୟ ଅଞ୍ଚଳର କିଛି କୁଜି ନେତାଙ୍କ ହାତକୁ ଟେକିଦେଇ ନିଜେ କାମ ପାଖକୁ ଆସି ନଥିଲେ । ଏହି କୁଜିନେତାମାନେ ନିଜ ମନମୁଖୀରେ ଏଭଳି ନିମ୍ନମାନର କାମ କରିଥିବାରୁ ଏ ଘଟଣା ଘଟିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *