ରାଜଧାନୀରେ ୨ ହତ୍ୟା
ପାନ ଦୋକାନୀକୁ ହାଣିଲେ, ମହିଳାଙ୍କ ଗଳା କାଟିଲେ
ଭୁବନେଶ୍ୱର, ୩୧ା୮ (ବୁ୍ୟରୋ): ଗଣେଷ ପୂଜାରେ ରାଜଧାନୀ ଭୁବନେଶ୍ୱରରେ ୨ ବିଭତ୍ସ୍ୟ ହତ୍ୟା ଦେଖିବାକୁ ମିଳିଛି । ଶାସ୍ତ୍ରୀ ନଗର ଅଞ୍ଚଳରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ ହୋଇଥିବାବେଳେ ଡିସିପି ଅଫିସ୍ ଆଗରେ ଜଣେ ପାନ ଦୋକାନୀକୁ ୨ ଅଭିଯୁକ୍ତ ହାଣି ହାଣି ହତ୍ୟା କରିଛନ୍ତି । ଘରେ କେହି ନଥିବା ବେଳେ ପତ୍ନୀଙ୍କୁ ହତ୍ୟା କରାଯାଇଥିବା ମୃତ ମହିଳା ଶୁଭଶ୍ରୀଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ଶାସ୍ତ୍ରୀନଗରରେ ଅନନ୍ତ ନାରାୟଣ ନାଥଙ୍କ ପରିବାର ଭଡ଼ା ଘରେ ରହୁଥିଲେ । ଟିଉସନରୁ ଫେରି ମାଆଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲା କୁନି ପୁଅ । ଏନେଇ ବାପାଙ୍କୁ ଫୋନ୍ କରି ଜଣାଇଥିଲା । ଅନନ୍ତ ଘରେ ପହଞ୍ଚô ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମୃତ ଶୁଭଶ୍ରୀଙ୍କ ବେକରେ କଟା ଦାଗ ଥିବାବେଳେ ପୂର୍ବରୁ କାହା ସହ ପାଟି ତୁଣ୍ଡ ହୋଇଥିଲା କି? ଘରେ ତାଙ୍କୁ କେହି ହତ୍ୟା କରି ପଳେଇଯାଇଛି କି? ଏସବୁର ଖାରବେଳ ନଗର ଥାନା ପୁଲିସ ତଦନ୍ତ କରୁଛି ।
ଶୁଭଶ୍ରୀଙ୍କ ମୋବାଇଲ ଫୋନକୁ ଜବତ କରି ଯାଞ୍ଚ କରାଯାଉଥିବାବେଳେ ପଡୋଶୀଙ୍କ ବୟାନ ରେକର୍ଡ ହୋଇଛି ।
ସେହିପରି ଅନ୍ୟଏଖ ଘଟଣାରେ ବାଣୀବିହାର ଡିସିପି ଅଫିସ ନିକଟରେ ଚା’ ଦୋକାନୀ ସୌମ୍ୟରଞ୍ଜନ କୁଣ୍ଡଙ୍କୁ ହାଣିଛନ୍ତି ୨ ଅଭିଯୁକ୍ତ । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ କାବୁ ଦାସ ଓ ପାଉଣୀ ଦାସକୁ ପୁଲିସ୍ ଗିରଫ କରିଛି । ବାଣୀବିହାର ଛକରେ ଦୋକାନ କରିବାକୁ ନେଇ ଦୁଇଦିନ ତଳେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ସୌମ୍ୟଙ୍କୁ ଦୁଇ ଅଟୋ ଡ୍ରାଇଭର ହତ୍ୟା କରିଛନ୍ତି । ପାର୍ବଣ ସମୟରେ ଏହି ଘଟଣାକୁ କମିଶନରେଟ ପୁଲିସ ଗମ୍ଭୀରତାର ସହ ନେଇଛି । ରାତ୍ରି ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ସବୁ ଥାନା ଅଧିକାରୀଙ୍କୁ ନିଦେ୍ର୍ଦଶ ଥିବାବେଳେ ଅପରାଧୀଙ୍କ ପ୍ରତି ନଜର ରଖିବାକୁ ଡିସିପି ପ୍ରତୀକ ସିଂ ନିଦେ୍ର୍ଦଶ ଦେଇଛନ୍ତି ।