ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ସହରବାସୀଙ୍କ ସାହାଯ୍ୟ ଲୋଡ଼ା

ଫୁଲବାଣୀ (ବୁ୍ୟରୋ): ଫୁଲବାଣୀ ପୌର ପରିଷଦରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ମହାପୁରୁଷମାନଙ୍କ ପ୍ରତିମୁର୍ତ୍ତିରେ ପୈାର ପରିଷଦର ଅଧ୍ୟକ୍ଷା ସ୍ମିତାରୀାଣୀ ମହାନ୍ତି, ଉପାଧ୍ୟକ୍ଷା ପାୟଲ ବେହେରାଙ୍କ ସମେତ ୧୧ ୱାର୍ଡ ସଭ୍ୟ/ସଭ୍ୟା ଓ ବହୁ ମାନ୍ୟଗଣ ବ୍ୟକ୍ତି ମାଲ୍ୟାର୍ପଣ କରିଥିଲେ । ପୌର ପ୍ରଶାସକ ଦ୍ୱାରା ପୌର ପରିଷଦ କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ସ୍ମିତିରାଣୀ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଫସିଆଇ ନିକଟରେ ଏକ ମାଛ ମାର୍କେଟ ଉଦଘାଟିତ ହୋଇଥିଲା । ସନ୍ଧ୍ୟରେ ପୌର ପରିଷଦ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍କଦ କହଁର, ସମ୍ମାନିତ ଅତିଥି ଭାବେ ପିଡି ଜିଲ୍ଲା ପାରିଷଦ ବିଶ୍ୱ ରଂଜନ ନାୟକ ଯୋଗ ଦେଇଥିଲେ । ପୌର ପରିଷଦର ଦ୍ୱାରା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ବିବରଣୀ ପ୍ରକାଶ କରିବା ସହିତ ସହରକୁ ସୁନ୍ଦର, ସବୁଜ ତଥା ସଫା ରଖିବା ନେଇ ସହରବାସୀଙ୍କ ସାହାଯ୍ୟ ଳୋଡ଼ିଥିଲେ ନିର୍ବାହୀ ଅଧିକାର ଓ ଅଧକ୍ଷା ସ୍ମିିତାରାଣୀ ମହାନ୍ତି । ନିଜ ସହରକୁ ସୁନ୍ଦର ଓ ସରସ କରିବାକୁ ହେଲେ ସ୍ୱଚ୍ଛତାରେ କାର୍ଯ୍ୟ କରିବା ଦରକାର ବୋଲି କହିଥିଲେ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା । ବିଧାୟକ ଅଙ୍ଗଦ କହଁର ଫୁଲବାଣୀ ସହରକୁ ସରସ ସୁନ୍ଦର କରିବା ସହିତ ଡ଼ାକପଲା ଡ୍ୟାମ୍ରେ ବିଜ୍ ନିମାଣ ଉପରେ ଗୁରୁତ୍ୱ ଦେଇଥିଲେ । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ପୈାର ପରିଷଦ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *